ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଭିଆଇପି ହେଲିକପ୍ଟର କିଣା ଘୋଟାଲାରେ ଅନୁପ କୁମାର ଗୁପ୍ତା ଗରିଫ ହୋଇଛନ୍ତି । ୩ ହଜାର ୬୦୦ କୋଟିର ଏହି ଘୋଟାଲାରେ ଇଣ୍ଡିଆ ଗେଟ ବାସୁମତି ଚାଉଳର ଉତ୍ପାଦନ କର୍ତ୍ତା କେଆରବିପି ଲିମିଟେଡର ସଂଯୁକ୍ତ ପ୍ରବନ୍ଧ ନିଦେ୍ର୍ଦଶକ ଅନୁପ କୁମାରଙ୍କୁ ଗିରଫ କରିଛି ଇଡି । ଏନେଇ ଇଡି ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଅନୁପ କୁମାରଙ୍କୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କିଣା ମାମଲାରେ କଳା ଟଙ୍କାକୁ ଧଳା କରିବା ଅଭିଯୋଗରେ ମନିଲେଣ୍ଡରିଂ ଅଧିନିୟମ ଅନୁସାରେ ଗିରଫ କରାଯାଇଛି । ଏହି ଘୋଟଲାରେ ଜାରି ରହିଥିବା ଯାଞ୍ଚରେ ସେ ସହଯୋଗ କରୁନଥିବା ମଧ୍ୟ ତାଙ୍କ ନାମରେ ଅଭିଯୋଗ କରାଯାଇଛି । ସ୍ୱତନ୍ତ୍ର ଅଦାଲତ ତାଙ୍କୁ ପାଞ୍ଚଦିନ ପାଇଁ ଇଡିର ହେପାଜତକୁ ପଠାଇ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0