ନୂଆଦିଲ୍ଲୀ: ପାକିସ୍ତାନକୁ ମାଗଣାରେ ୧.୭୦ କୋଟି ଭାରତୀୟ ଟିକା ମାଗଣାରେ ମିଳିବା କଥା ଏବେ ସାମ୍ନାକୁ ଆସିଛି । ତେବେ ପାକିସ୍ତାନର ଇମ୍ରାନ ସରକାର ଅଦ୍ୟାବଧି କରୋନା ଟିକାର ଗୋଟିଏ ହେଲେ ଡୋଜ୍ କିଣି ପାରି ନାହାନ୍ତି। କିନ୍ତୁ ଚୀନ ଏହି ପଡୋଶୀ ଦେଶକୁ ୫ ଲକ୍ଷ ଡୋଜ୍ ମାଗଣାରେ ଦେଇଛି। ଏହାକୁ ଆଣିବା ପାଇଁ ପାକିସ୍ତାନ ବିମାନ ପଠାଯାଇଛି। ତେବେ ଚୀନର ଡୋଜ୍ ଦେଶରେ ପହଞ୍ଚିବା ପୂର୍ବରୁ ପାକିସ୍ତାନ ଆହୁରି ଉତ୍ସାହିତ ହୋଇ ଉଠିଛି କାରଣ ୧.୭୦ କୋଟି ଭାରତୀୟ ଟିକା ମାଗଣାରେ ମିଳିବାର ପଥ ପରିଷ୍କାର ହୋଇଛି। ତାକୁ କୋଓ୍ଵାକ୍ସ ପ୍ରୋଗ୍ରାମ ଆଧାରରେ ଏହି ଟିକା ମାଗଣାରେ ମିଳିବାକୁ ଯାଉଛି। ପାକିସ୍ତାନ ସର୍ବପ୍ରଥମେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଓ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ପକ୍ଷରୁ ପ୍ରସ୍ତୁତ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ମଞ୍ଜୁରୀ ଦେଇଛି। ହେଲେ ଇମ୍ରାନ ସରକାର ପାଖରେ ଏହି ଟିକା କିଣିବା ପାଇଁ ନା ଅର୍ଥ ଅଛି ନା ଭାରତ ସରକାରକୁ ଟିକା ମାଗିବାକୁ ସାହାସ ଅଛି। ହେଲେ ପାକିସ୍ତାନ ପଛଦ୍ଵାର ଦେଇ ଟିକା ପାଇବାକୁ ଉଦ୍ୟମ କରିଛି। ନିଜ ଦେଶର ରାଜ୍ୟ ସରକାର ଏବଂ ଘରୋଇ ସେକ୍ଟରକୁ ଟିକା କିଣିବାକୁ ଇମ୍ରାନ ସରକାର ଅନୁମତି ଦେଇ ସାରିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0