ଜଗତସିଂହପୁର : ଟ୍ରେନ ଦୁର୍ଘଟଣାରେ ୩ ହରିଣଙ୍କ ମୃତ୍ୟୁ। ଜଗତସିଂହପୁର-ରଘୁନାଥପୁର ଥାନା ଗୋପାଳପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଖାଲି ସେତିକି ନୁହେଁ ୪ରୁ ଊର୍ଦ୍ଧ୍ବ ହରିଣ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ହରିଣପଲ ନିକଟସ୍ଥ ଧଳତଙ୍ଗଗଡ଼ ଜଙ୍ଗଲକୁ ଚରିବା ଲାଗି ଯାଇଥିଲେ। ଟ୍ରେନ ଲାଇନ ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ୩ଟି ହରିଣର ମୃତ୍ୟୁ ହୋଇଥିବା ବେଳେ ୪ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଜାରି ରଖିଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0