ଗତ କିଛି ଦିନ ତଳେ ସନ୍ନି ଲିଓନି କ୍ରିକେଟ ଖେଳୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ଜାହ୍ନବୀ ମଧ୍ୟ ତାଙ୍କୁ କପି କରି କ୍ରିକେଟ ଖେଳୁଥିବା ଦେଖୁବାକୁ ମିଳିଛି। ଚଣ୍ଡିଗଡରେ ତାଙ୍କ ଅପକମିଂ ଫିଲ୍ମ ‘ଗୁଡ ଲକ୍ ଜେରୀ’ର ଶୁଟିଂ ସେଟରେ ସେ ସାଲୱାର ପିନ୍ଧି ହାତରେ ବେଟ୍ ଧରି ବ୍ୟାଟିଂ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓକୁ ନିଜେ ଜାହ୍ନବୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେଆର କରିଛନ୍ତି, ଯାହା ସୋଶାଲ ମିଡିଆରେ ଖୁବ୍ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଶୁଟିଂର ଫ୍ରି-ଟାଇମରେ ଜାହ୍ମବୀ ଫିଲ୍ମର କ୍ରୁ ମେମ୍ବରଙ୍କ ସହ କ୍ରିକେଟ ଖେଳୁଥିବା ନଜର ଆସିଛନ୍ତି।ସିଦ୍ଧାର୍ଥ ସେନଗୁପ୍ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ଗୁଡ୍ ଲକ୍ ଜେରୀ’ର ଲିଡ୍ ରୋଲରେ ଜାହ୍ନବୀ କପୁର ଥିବାବେଳେ ତାଙ୍କ ଅପୋଜିଟରେ ଦୀପକ ଡୋବ୍ରିଆଲ, ମିତା ବଶିଷ୍ଟ, ନିରଜ ସୁଦ ଏବଂ ସୁଶାନ୍ତ ସିଂହ ପ୍ରମୁଖ ଅଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0