spot_img

ଫେବୃଆରୀ ୧ ରୁ ୫ ପର୍ଯ୍ୟନ୍ତ ଖସିଲା ସୁନା ଦର

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ବଜାର ମୁଲ୍ୟ ଠାରୁ ସୁନା ଦର କମିଛି । ଯାହାଫଳରେ ଗ୍ରାହକ ମାନଙ୍କ ପାଇଁ ସୁନା କିଣିବା ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ହାର କାରଣ ହେଉଛି ସୋବରେନ୍ ଗୋଲ୍ଡ ବଣ୍ଡର ୧୧ ତମ ସିରିଜ୍ ଆରମ୍ଭ ହେବାକୁ ଯାଉଛି ।କେନ୍ଦ୍ର ସରକାର ଚଳିତ ଥର ଗୋଲ୍ଡ ବଣ୍ଡ ପାଇଁ ଗ୍ରାମ୍ ପିଛା ସୁନା ଦର ୪୯୧୨ ଟଙ୍କା ରଖିଛନ୍ତି । ଯଦି ଅନଲାଇନ୍ରେ ଗୋଲ୍ଡ ବଣ୍ଡ୍ ପାଇଁ ଆବେଦନ କରୁଛନ୍ତି ତେବେ ଗ୍ରାହକଙ୍କୁ ୫୦ ଟଙ୍କାର ରିହାତି ମିଳିବ । ଅର୍ଥାତ ଗ୍ରାମ ପିଛା ୪୮୬୨ ଟଙ୍କାରେ ସୁନା କିଣିପାରିବେ ଗ୍ରାହକ । ଚଳିତ ବର୍ଷ ସୁନା ଦର ରେକର୍ଡ ଉଚ୍ଚା ଠାରୁ ପ୍ରାୟ ୭ ହଜାର ଟଙ୍କା କମ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular