ବାଲିଗୁଡ଼ା: ବାଲିଗୁଡ଼ାରେ ପୁଣି ମାତିଲେ ମାଓବାଦୀ । ବେଲଘର ଥାନା ଗୁମୁ ଗାଁରୁ ପୋଲିସ ଇନଫରମର ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା । ଦୁଇ ଯୁବକ ଗୁମୁ ଗାଁର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀ ହୋଇଥିବା ସୂଚନା ମିଳିଛି । ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ପୋଲିସ ଇନଫର୍ମମ ସନ୍ଦେହରେ ହେମନ୍ତ ପାତ୍ର ଓ ଭବାନୀ ଶଙ୍କର ପାତ୍ର ନାମକ ଦୁଇଜଣ ଯୁବକଙ୍କୁ ଗୁଳି କରି ଓ ଆଉଜଣଙ୍କୁ ଫାଶୀ ଦେଇ ମାଓବାଦୀ କରିଥିଲେ ନିର୍ମମ ହତ୍ୟା । ସେହିପରି ଗତକାଲି ମଧ୍ୟ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବେଲଘର ଥାନା ଅଞ୍ଚଳରେ ମାଓବାଦୀ ହତ୍ୟାକାଣ୍ଡ ଘଟାଇଥିଲେ । ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀ ୨ ଜଣଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିଲେ । ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାପଡ଼ା ଗାଁରେ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ୨ ଜଣଙ୍କୁ ମାଓବାଦୀ ଘରୁ ଡାକି ଆଣି ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0