spot_img

ସେଙ୍ଗେଲ ଅଭିଯାନ ପକ୍ଷରୁ ରାସ୍ତା ରୋକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନ ପୁର ବ୍ଲକ ଅନ୍ତର୍ଗତ ଖଡ଼ିବାହାଳୀ ଛକ ଠାରେ  ସେଙ୍ଗେଲ ଅଭିଯାନ ପକ୍ଷରୁ ରାସ୍ତା ରୋକ। ଏହି ଅଭିଯାନ ସଭାପତି ଗଙ୍ଗାଧର ସୋରେନ ଙ୍କ ନେତୃତ୍ବରେ ଶହଶହ ସାନ୍ତାଳସଂପ୍ରଦାୟର ଆଦିବାସୀ ମାନେ ନରଣପୁର-ଡୁବୁରୀ ରାସ୍ତା କୁ  ଅବରୋଧ କରିଥିଲେ।  ବିଭିନ୍ନ ପ୍ରକାର ନାରା ମାଧ୍ୟମରେ ନିଜର ଦାବି କୁ ଜଣାଇବା ସହ ସାର୍ନା ଧର୍ମ କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ ଦାବିରଖିଥିଲେ । ସୂଚନାଯୋଗ୍ୟ ଯେ ଗତ ଜାନୁଆରୀ ୨୧ତାରିଖ ଭାରତର ପ୍ରତ୍ୟେକ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟ ରେ ସାର୍ନାଧର୍ମ କୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବାପାଇଁ ଜଣାଇ ଥିଲେ କିନ୍ତୁ ଦିର୍ଘ ଦିନ ପରେ ବି ସରକାର ପଦକ୍ଷେପ ନେଇ ନଥିବାରୁ ଆଜି ରାସ୍ତା ଅବରୋଧ କରିଥିଲେ। ଏବଂ ଘଣ୍ଟା ଘଣ୍ଟା ଧରି ଅଖ ଚକ ବନ୍ଦ ରହିଥିଲା,ଅପର ପକ୍ଷରେ ଅପ୍ରିତୀକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଗାଁ ଏସ ଡି ପି ଓ ରବିନ୍ଦ୍ର ମଲ୍ଲିକ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରିଥିବାବେଳେ ସ୍ଥାନୀୟ ଆଇ ଆଇ ସି ମନୋରଞ୍ଜନ ପ୍ରଧାନ ଓ ତହସିଲଦାର ପ୍ରଶାନ୍ତ କୁମାର ସେଠୀ ଅବରୋଧ ସ୍ଥଳ ରେ ପହଞ୍ଚି ଅବରୋଧ କାରୀଙ୍କ ଦାବିପତ୍ର ଗ୍ରହଣ କରି ବୁଝା ସୁଧଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular