କଳାହାଣ୍ଡି: ବିଶାଖାପାଟନାରୁ ବିହାର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରୁ ବାହାରିଲା ପୁଳା ପୁଳା ଗଞ୍ଜେଇ। ଏପରି ଏକ ଦୁର୍ଘଟଣା ଗତକାଲି ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅଞ୍ଚଳରେ ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ସମେତ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରୁ ପ୍ରାୟ ୪୮ କେଜି ଗଞ୍ଜେଇ ଧରି ୨ ବିହାରୀ ଯୁବକ ବିଶାଖାପାଟନାରୁ ବିହାର ଅଭିମୁଖେ ଯାଉଥିଲେ। ମାତ୍ର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୬ କିନେରକେଲା ବ୍ରିଜରେ ସନ୍ଧ୍ୟା ସମୟରେ କାରଟି ପିଟି ହୋଇଯାଇଥିଲା। ଦୁର୍ଘଟଣା ଯୋଗୁ କାରରୁ ପୁଳା ପୁଳା ଗଞ୍ଜେଇ ବାହାରି ତଳେ ପଡ଼ିଥିଲା। ଏହି ଦୁର୍ଘଟଣାରେ ଡ୍ରାଇଭର ଓ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କେସିଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପ୍ରାୟ ୪୮ କେଜି ଗଞ୍ଜେଇ ଜବତ ହୋଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0