ଉଦଳା: ଦୁର୍ଘଟଣାରେ ଆହତ ଜଣେ ଯୁବକ ଚିକିତ୍ସା ନିମନ୍ତେ ମେଡିକାଲ ଯାଇ ସେଠାରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଜଣାଯାଇଛି। ଯୁବକଜଣକ ସେଠାକାର ସୁରକ୍ଷା କର୍ମୀ, କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଡାକ୍ତରଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଛନ୍ତି। ଏପରିକି ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେ ମେଡିକାଲ ପରିସରରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡ ମେଡିକାଲରେ ଗତ ରାତିରେ ଘଟିଛି । ଗତ ରାତିରେ ଯୁବକଜଣକ ଦୁର୍ଘଟଣାରେ ଆହତ ହୋଇ ଉଦଳା ମେଡିକାଲକୁ ଆସିଥିଲେ। କିନ୍ତୁ ଡ୍ରେସିଂ ସମୟରେ ସେ ଡ୍ରେସିଂ କରୁଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏହାପରେ ମେଡିକାଲର ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହ ଡ଼ାକ୍ତରଖାନାର ଆଉଟଡୋର କବାଟ କାଚ କୁ ଭାଙ୍ଗି ଦେଇଥିଲେ। ଏପରିକି ଡିୟୁଟିରେ ଥିବା ଡ଼ାକ୍ତରଙ୍କୁ ଦୁର୍ବ୍ୟବହାର କରିଥିଲେ। ଯୁବକଜଣକ ଭଙ୍ଗା କାଚ ଧରି ସମସ୍ତଙ୍କୁ ଭୟଭୀତ କରିଥିଲେ। ଏପରିକି ପୁଲିସକୁ ମଧ୍ୟ ଭଙ୍ଗା କାଚ ଦେଖାଇ ଡାକ୍ତରଖାନାରୁ ଚମ୍ପଟ ମାରିଥିଲେ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0