ନିମାପଡ଼ା : ପଞ୍ଚାୟତ ନିର୍ବାହୀ ଅଧିକାରୀ ୧୫ ଦିନ ହେବ ନିଖୋଜ । ପୁରୀ ଜିଲ୍ଲାର ନିମାପଡ଼ା ଅଂଚଳରୁ ଆସିଛି ଏହି ଅଭିଯୋଗ । ଭିଲ୍ଲି ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଅନିଲ ପ୍ରଧାନ ୧୫ ଦିନ ହେବ ନିଖୋଜ ରହିଛନ୍ତି । ଗତ ଜାନୁୟାରୀ ୧୨ ତାରିଖରୁ ସେ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି । ଏନେଇ ପରିବାର ପକ୍ଷରୁ କନ୍ଧମାଳର ଦାରିଙ୍ଗବାଡ଼ି ଥାନାରେ ୨୦ ତାରିଖ ଅଭିଯୋଗ କରାଯାଇଛି । ଅନିଲ ଗତ ସପ୍ତାହରେ ନିଜ କାର୍ଯ୍ୟାଳୟକୁ ଯାଇ କାର୍ଯ୍ୟ ତଦାରଖ କରିଥିଲେ । ତା’ ପରଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ । ଥାନାରେ ଅଭିଯୋଗ ପରେ ଦାରିଙ୍ଗବାଡ଼ି ପୁଲିସ ତଦନ୍ତ ଜାରି ରଖିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0