ବଲାଙ୍ଗୀର : ସୋମବାର ସକାଳେ ଦେଉଳଗୁଡି ଛକରେ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ମୃତ ଯୁବକ ହେଲେ ସଇଁତଳାର ଶ୍ରୀକାନ୍ତ ଭୋଇ। ମଦ ପିଇ ଗାଡି ଚଳାଇବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ସେପଟେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି। ସଇଁତଳା ବଙ୍ଗଳା ଚକର ୨୬ ନମ୍ବର ଜାତୀୟ ପଥକୁ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଯାହାଫଳରେ ଯାତାୟତ ଠପ୍ ହୋଇଯାଇଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0