କଲିକତା: ପଶ୍ଚିମବଙ୍ଗ ବିଧାୟକ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରୁ ଆଉ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି । ଏପରି ହେବା ମମତାଙ୍କ ପାଇଁ କିଛି ସ୍ୱାଭାବିକ କଥେ ନୁହେଁ । ଏହା ପୂର୍ବରୁ ମମତାଙ୍କ ଦଳରୁ ଏପରି ଅନେକ ବିଧାୟକ ଇସ୍ତଫା ଦେଇଛନ୍ତି । ତେବେ ଏବେ ଡାଏମଣ୍ଡ ହାର୍ବର ବିଧାୟକ ଦୀପକ ହଳଦର ଦଳ ଛାଡିଥିବା ଜଣାପଡିଛି । ଅନ୍ୟପଟେ ଗୋଟିଏ ସପ୍ତାହରେ ମମତାଙ୍କୁ ଦ୍ବିତୀୟ ବଡ଼ ଝଟ୍କା ଲାଗିଛି। ଏହା ପୂର୍ବରରୁ ମମତା ସରକାରଙ୍କ ମନ୍ତ୍ରୀ ରାଜୀବ ବାନାର୍ଜୀ ଟିଏମସି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ତୃଣମୂଳ କଂଗ୍ରେସର ୫ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇସାରିଛନ୍ତି। ପଶ୍ଚିମବଙ୍ଗରେ ଚଳିତବର୍ଷ ଏପ୍ରିଲ-ମେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଦିଦିଙ୍କୁ ଲାଗିଛି ଶକ୍ତ ଧକ୍କା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0