ଭୁବନେଶ୍ୱର: ଖୁବଶୀଘ୍ର ଆସିବାକୁ ଯାଉଛି ରାଜ୍ୟ ବଜେଟ । ଫେବୃୟାରୀ ୧୮ ଆରମ୍ଭ ହେବାକୁ ଯାଉଛି ବଜେଟ ଅଧିବେଶନ । ବିଧାନସଭାରେ ଫେବୃୟାରୀ ୧୮ ରୁ ଏପ୍ରିଲ ୯ ପର୍ୟ୍ୟନ୍ତ ଚାଲିବ ଏହି ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଚଳିତବର୍ଷର ବଜେଟ ଅଧବେଶନ ଆରମ୍ଭ ହୋଇ ୨୨ ତାରିଖରେ ଗୃହରେ ଉପସ୍ଥାପନା ୨୦୨୧-୨୨ର ଆର୍ଥିକ ବର୍ଷର ରାଜ୍ୟ ବଜେଟ । ଚଳିତବର୍ଷ ଦୁଇଟି ପର୍ୟ୍ୟାୟରେ ବଜେଟ ଆସିବାକୁ ଥିବାବେଳେ ମାର୍ଚ୍ଚ ୧ରୁ ୧୧ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ଅଧିବେଶନ । ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ମାର୍ଚ୍ଚ ମାସ ପର୍ୟ୍ୟନ୍ତ ଚାଲୁ ରହିବ । ସେହିପରି ମାର୍ଚ୍ଚ ୩୧ ତାରିଖରେ ବିଧାନସଭାରେ ରାଜ୍ୟର ବ୍ୟୟ ମଞ୍ଜୁର ବିଲ ଆଗତ ହେବ । ଦୁଇଟି ପର୍ୟ୍ୟାୟରେ ଚଳିତବର୍ଷ ଅଧିବେଶନ ଆରମ୍ଭ ହେବ । ପ୍ରଥମ ପର୍ୟ୍ୟାୟ ଫେବ୍ରୁୟାରୀ ୧୮ରୁ ଆରମ୍ଭ ହୋଇ ୨୭ ପର୍ୟ୍ୟନ୍ତ ଚାଲିବ । ସେହିପରି ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ ରୁ ଆରମ୍ଭ ହୋଇ ଏପ୍ରଲ ୯ ପର୍ୟ୍ୟନ୍ତ ଚାଲିବା ନେଇ ଦିନ ଧାର୍ୟ୍ୟ ହୋଇଛି । ଫେବୃୟାରୀ ୧୮ରେ ବଜେଟ ଆରମ୍ଭ ହେବା ସହ ମାର୍ଚ୍ଚ ୩୧ରେ ବିଧାନସଭାରେ ଆଗତ ହେବ ଚଳିତ ବର୍ଷର ମୋଟ ବ୍ୟୟ ମଞ୍ଜୁର ବିଲ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0