spot_img

ପୁତ୍ର ସନ୍ତାନର ପିତା ହେଲେ କମେଡି କିଙ୍ଗ୍

 ମୁମ୍ବାଇ : କମେଡି କିଙ୍ଗ୍‌ କପିଲ ଶର୍ମା ପୁଣି ଥରେ ବାପା ହୋଇଛନ୍ତି । ପତ୍ନୀ ଗିନ୍ନି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । କପିଲ ଶର୍ମା ୨ୟ ସନ୍ତାନର ବାପା ହୋଇଛନ୍ତି । ସୋସିଆଲ୍‌ ମିଡିଆରେ ଫ୍ୟାନ୍‌ସମାନଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି । ଫେବୃଆରୀ ୧ ତାରିଖ ମାନେ ଆଜି କପିଲ ଶର୍ମାଙ୍କ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । କପିଲଙ୍କ ପତ୍ନୀ ଗିନ୍ନି ଏହି ଶିଶୁ ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । ଯାହାର ଖବର ସୋସିଆଲ୍‌ ମିଡିଆରେ କପିଲ ଶର୍ମା ସେୟାର କରିଛନ୍ତି । ଏହା ସହିତ ଫାନ୍ସମାନଙ୍କ ପାଇଁ ‘ଗୁଡ ନ୍ୟୁଜ୍‌’ ଲେଖି ସେୟାର କରିଛନ୍ତି କମେଡି କିଙ୍ଗ୍ । ସୋସିଆଲ୍‌ ମିଡିଆରେ କପିଲ ଶର୍ମାଙ୍କ ଟ୍ୱିଟ୍‌ ଖୁବ୍‌ଜୋରରେ ଭାଇରଲ ହେବାର ଲାଗିଛି । ଏହାସହିତ ମାଆ ଓ ପୁଅ ଉଭୟେ ସୁସ୍ଥ ଥିବା କପିଲ ଶର୍ମା ଟ୍ୱିଟ୍‌ କରି ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular