ଭଦ୍ରକ: ଗତ ରାତିରେ ଭଦ୍ରକ ସହରର ବାଇପାସ ନିକଟରେ ଏକ ଡାକ ପାର୍ସଲ ଗାଡିରେ ୯ଟି ଷଣ୍ଢ ଓ ୩ଟି ଗୋରୁ ଚାଲାଣ ହେଉଥିଲେ। ସନ୍ଦେହ ହେବାରୁ ସ୍ଥାନୀୟ ଯୁବକ ଗାଡ଼ିକୁ ଅଟକାଇ ତା’ ଭିତରୁ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଘଟଣାସ୍ଥଳରୁ ଡ୍ରାଇଭର,ହେଲପର ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ୍ ପହଞ୍ଚି ଜବତ କଣ୍ଟେନରକୁ ଗୋଶାଳାକୁ ପଠାଇଥିଲା।ଷଣ୍ଢ, ଗୋରୁଗୁଡିକ ବେଆଇନ ଭାବେ ଚାଲାଣ ହେଉଥିବାରୁ ବସଷ୍ଟାଣ୍ଡ ନିକଟରେ ରାତି ପ୍ରାୟ ୮ଟା୩୦ରେ ଧାରଣା ଦେଲେ ଉତ୍ତ୍ୟକ୍ତ ଲୋକ। ଏହାପରେ ରାତି ପ୍ରାୟ ୧୧ଟା ବେଳେ ଭଦ୍ରକ ଏସ୍ପି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏପରି ଗୋରୁ ଚାଲାଣ ଉପରେ ନଜର ରଖାଯିବା ସହ, ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ହଟିଥିଲେ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0