ଲମତାପୁଟ : ଏବେ ବାଇକ୍ ଯୋଗେ ଚାଲିଛି ଗଞ୍ଜେଇ ଚାଲାଣ । କୋରାପୁଟ ଜିଲ୍ଲା ଆନ୍ଧ୍ରସୀମାନ୍ତ ବର୍ତ୍ତି ପାଡୁଆ ଅଞ୍ଚଳରୁ ମଧ୍ୟପ୍ରଦେଶ ଚୋରା ଚାଲାଣ ବେଳେ ପାଡୁଆ ପୋଲିସ ହାତରେ ଧରା ପଡିଛନ୍ତି ଗଞ୍ଜେଇ ମାଫିଆ ।ପାଡୁଆ ମେଡିକାଲ ନିକଟରେ ଗାଡି ଯାଞ୍ଚ ସମୟରେ ଆନ୍ଧ୍ର ସୀମାନ୍ତରୁ ଦ୍ରୁତ ଗତିରେ ଆସୁଥିବା ଏକ ମଟର ସାଇକେଲକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା ପାଡୁଅ ପୋଲିସ । କିନ୍ତୁ ଗାଡିଟି ପୋଲିସକୁ ଚକମା ଦେଇ ଚାଲିଯିବା ପାଇଁ ଚେଷ୍ଟା କରିଥିଲା । ତେବେ ପୋଲିସ ଗାଡିକୁ ଧରିବା ସହ ୨ଜଣଙ୍କୁ କାବୁ କରିଛି । ଯୁବକଙ୍କ କାନ୍ଧରେ ଥିବା ବ୍ୟାଗ ଯାଞ୍ଚ କରିବାରୁ ସେଥିରୁ ୧ ଲକ୍ଷ ୭୦ ହଜାର ଟଙ୍କାର ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା ପୋଲିସ । ଚୋରା ଚାଲାଣରେ ବେଳେ ବ୍ୟବହୃତ ବାଇକ୍ ମଧ୍ଯ ଜବତ କରିଛି ପୋଲିସ । ୨ଅଟକ ଯୁବକ ମଧ୍ୟ ପ୍ରଦେଶର ସଚିନ ଠାକୁର ଏବଂ ଗଲୁ ଖାନ । ପୋଲିସ ଉଭୟଙ୍କୁ ପଚରାଉଚରା ଜାରି ରଖିଛି ।



Visitors Today : 0
Total Visitors : 130433
Total Views : 9891964
Visitors Online Now : 0