spot_img

ପିତା ହେଲେ ସୁନୀଲ ନାରିନେ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଦଳର ବିସ୍ପୋରକ ବ୍ୟାଟ୍ସମ୍ୟାଦ ତଥା ସ୍ପିନର ସୁନୀଲ ନାରିନେ ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ତାଙ୍କ ପତ୍ନୀ ଆଞ୍ଜେଲିଆ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅନ୍ୟପଟେ ସୁନୀଲ ନିବଜାତ ପୁତ୍ର ସନ୍ତାନର ଫୋଟକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେୟାର କରିବା ସହ ସେ ଲେଖିଛନ୍ତି, ତୁମେ ଆମ ହୃଦୟର ଏମିତି ଏକ ଖାଲି ସ୍ଥାନ ପୂରଣ କରିଛ, ଯାହା ଖାଲି ଥିଲା ବୋଲି ଆମେ କେବେ ଜାଣି ନଥିଲୁ । ତୁମର ଏହି ଛୋଟ ମୁହଁରେ କ ଆମେ ଭଗବାନଙ୍କ କୃପା ଦେଖିପାରୁଛୁ । ଏହା ସେ ତାଙ୍କୁ ବହୁତ ଭଲ ପାଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ତେବେ ସାରା ବିଶ୍ୱରୁ ସୁନୀଲଙ୍କୁ ନବଜାତ ଶିଶୁ ପାଇଁ ଶୁଭେଚ୍ଛାର ସୁଅ ଛୁଟି ଆସୁଛି ।

sunil narane

LEAVE A REPLY

Please enter your comment!
Please enter your name here

- Advertisment -

Most Popular