ପୁରୀ : ଗାଡ଼ି ଚଳାଇ ଯାଉଥିବା ବେଳେ ପୁରୀ ଡ଼ାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡ଼ିଛନ୍ତି ନାବାଳକ । ନାବାଳକ ଜଣଙ୍କ ଗାଡ଼ି ଚଳାଇବା ନେଇ ୨୫ ହଜାର ଟଙ୍କା ଫାଇନ୍ କଟାଯାଇଥିବା ବେଳେ ପଲ୍ୟୁସନ ସାର୍ଟିଫିକେଟ୍ ନଥିବା ଯୋଗୁଁ ୧୦ ହଜାର, ଇନ୍ସ୍ୟୁରାନ୍ସ ନଥିବା ଯୋଗୁଁ ୨ ହଜାର ଟଙ୍କା ଫାଇନ୍ କଟାଯାଇଛି।ଏନେଇ ଟ୍ରାଫିକ୍ ପୋଲିସ ଆରଟିଓଙ୍କୁ ଜଣାଇବା ପରେ ଆରଟିଓ ବିଭାଗର ଟ୍ରାଫିକ୍ ଏଏସଆଇ ଉକ୍ତ ନାବାଳକଙ୍କଠାରୁ ବାଇକ୍ ଜବତ କରିଥିଲେ ।ମୋଟ୍ ୩୭ ହଜାର ଟଙ୍କା କୋର୍ଟରେ ଡ଼ିପୋଜିଟ୍ କଲେ ନାବାଳକଙ୍କ ଅଭିଭାବକ ଉକ୍ତ ବାଇକ୍ ଆରଟିଓ ଠାରୁ ପାଇପାରିବେ ବୋଲି କହିଛନ୍ତି ଟ୍ରାଫିକ୍ ଆଇଆଇସି ଗୋକୁଳ ରଂଜନ ଦାସ ।
ଅନ୍ୟପଟେ ନାବାଳକଙ୍କ ନାଁ ଆରଟିଓ ଡ଼ାଟାବେସ୍ ସିଷ୍ଟମରେ ଏଣ୍ଟ୍ରି ହୋଇଥିବା ବେଳେ ୧୮ ବର୍ଷ ବଦଳରେ ୨୫ ବର୍ଷ ବୟସ ଯାଏଁ ତାକୁ ଡ଼ିଏଲ ମିଳିପାରିବ ନାହିଁ ବୋଲି ଟ୍ରାଫିକ୍ ଅଧିକାରୀ କହିଛନ୍ତି ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0