ନୂଆଦିଲ୍ଲୀ: ୨୦୨୧ ୟୁଜିସି ନେଟ ପରୀକ୍ଷା ତାରିଖ ଆଜି ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ଘୋଷଣା କରିଛନ୍ତି। ସେ ନିଜ ଟ୍ଵିଟର ଜରିଆରେ ପରୀକ୍ଷା ତାରିଖ ଘୋଷଣା କରିଛନ୍ତି। ଶିକ୍ଷା ମନ୍ତ୍ରୀ କରିଥିବା ଟୁଇଟରେ କହିଛନ୍ତି, ଜାତୀୟ ପରୀକ୍ଷା ଏଜେନସି ଜୁନିଅର ରିସର୍ଚ୍ଚ ଫେଲୋସିପ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା ୨,୩,୪,୫,୬,୭, ୧୦,୧୧,୧୨,୧୪ ଏବଂ ୧୭ ମଇ ୨୦୨୧ରେ ହେବ ଜାତୀୟ ଟେଷ୍ଟିଂ ଏଜେନସିର ସର୍କୁଲାର ଅନୁଯାୟୀ ୟୁଜିସି ନେଟ ୨୦୨୧ ସଂପୂର୍ଣ୍ଣ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ। ୟୁଜିସି ନେଟ ୨୦୨୧ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଅନଲାଇନରେ ହେବ ଏବଂ ଏହି ପ୍ରକ୍ରିୟା ଫେବୃଆରି ୨, ୨୦୨୧ରେ ଆରମ୍ଭ ହେବ। ୟୁଜିସି ନେଟ ୨୦୨୧ ପରୀକ୍ଷା ପାଇଁ ପ୍ରାର୍ଥୀମାନେ ଫେବୃଆରି ୨, ୨୦୨୧ରୁ ମାର୍ଚ୍ଚ ୨, ୨୦୨୧ ପର୍ୟ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ପରୀକ୍ଷା ଆବେଦନ ଶୁଳ୍କ ମାର୍ଚ୍ଚ ୩, ୨୦୨୧ ପର୍ୟ୍ୟନ୍ତ ପ୍ରଦାନ କରିପାରିବେ। ପରୀକ୍ଷାର ଅବଧି ତିନି ଘଣ୍ଟା ହେବ। ପେପର ୧ର ପରୀକ୍ଷା ୧୦୦ ମାର୍କ ବହନ କରୁଥିବାବେଳେ ପେପର ୨ର ପରୀକ୍ଷା ୨୦୦ ମାର୍କ ବହନ କରିବ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0