ଭୁବନେଶ୍ବର : ଚମକିବ ପୁରୀ-ଭୁବନେଶ୍ବର ବାଏପାସ। ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟ ରାସ୍ତା। ଉପକୃତ ହେବେ ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ବର ବାସିନ୍ଦା। ଭୁବନେଶ୍ବର-ପୁରୀ ବାଏପାସ। ହାଇଟେକ ଛକଠାରୁ ଦୟାନଦୀ ବ୍ରିଜ। ବୁଧବାରଠାରୁ ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା ଆଲୋକରେ ଝଲସିବ। ଆସନ୍ତାକାଲି ସଂଧ୍ୟା ୫ଟା ସମୟରେ ମୁଖ୍ୟମନ୍ତ୍ରୀ ଏହି ଆଲୋକୀକରଣର ଲୋକାର୍ପଣ କରିବେ। ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା କରାଯାଇଛି। ୨୦୧୭ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ହେଲେ ଏନଏଚଏଆଇ ମଞ୍ଜୁରୀ ଦେବାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଛି। ଜାତୀୟ ରାଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା ଏନଏଚଏଆଇ। ପରେ ରାଜ୍ୟ ସରକାର ସଂଶୋଧିକ ପ୍ରକଳ୍ପର କାର୍ୟ୍ୟ ଆଗେଇଥିଲେ। ଏହି ବୃହତ ଆଲୋକିକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ପୁରୀକୁ ଐତିହ୍ୟ କରିଡର କରିବାର ଖସଡ଼ା ପ୍ରସ୍ତୁତ କରିବା ପରେ ଗମନାଗମନ ପାଇଁ ଭୁବନେଶ୍ବର-ପୁରୀ ବାଏପାସର ଉନ୍ନତିକରଣ ଗୁରୁତ୍ବ ବହନ କରୁଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0