ନୂଆଦିଲ୍ଲୀ , ମୋଦି ସରକାର ଯେତେବେଳେ କୃଷି ଓ ଗରିବୀ ଉପରେ ବଜେଟ ଉପସ୍ଥାପନ କରୁଥିଲେ ସେହି ସମୟରେ ବିରୋଧି ଦଳଏହାକୁ କଠୋର ବିରୋଧ କରୁଥିଲେ । ଏପରିକି କେଂଗ୍ରସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ‘ଧନୀ ବନ୍ଧୁ’ଙ୍କ ବଜେଟ ବୋଲି କହିଦେଇଥିଲେ । ସଂସଦରୁ ବାହାରିବା ମାତ୍ରେ ଯେତେବେଳେ ଗଣମାଧ୍ୟମର ଶିକାର ହେବାକୁ ପଡ଼ିଥିଲା ସେତେବେଳେ ସେ କିଛି ପ୍ରତିକ୍ରିୟା ଦେଇନଥିଲେ । ଏବେ ଲୋକସଭାରେ ରାହୁଲ ଗାନ୍ଧୀଙ୍କ ମୁଣ୍ଡରେ ହାତ ଦେଇଥିବା ଫଟୋଟି ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନଙ୍କ କହିବା ଅନୁଯାୟୀ ଏଭଳି ଗୁରୁତ୍ୱପୂର୍ଣ୍ଣ ବଜେଟ ଅଭିଭାଷଣ ବେଳେ ସେ କିଭଳି ବୋର୍ ହୋଇଯାଉଥିଲେ ?
୨୦୨୧ ବର୍ଷର ଆର୍ଥିକ ବଜେଟ ଘୋଷଣା କରିବା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମେ ରବିନ୍ଦ୍ରନାଥ ଟାଗୋରଙ୍କ ଏକ କବିତା ଶୁଣାଇଥିଲେ । ପରେ ମହାମାରୀ , ଲକଡ଼ାଉନ ଭଳି ସଙ୍କଟ ସମୟ ସମ୍ବନ୍ଧୀୟ ତାଙ୍କ ମତ ରଖିଥିଲେ । ଶେଷରେ ବଜେଟ ଉପସ୍ଥାପନା କରାଯାଇଥିଲା । ମାତ୍ର ବଜେଟ ଅଧିବେଶନରେ ରାହୁଲ ଗାନ୍ଧୀଙ୍କ ଏଭଳି ବସିବା ମୁଦ୍ରା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।ଯାହାକୁ ଦେଖି ସାଧାରଣରେ ବେଶ ଚର୍ଚ୍ଚା ଧରିଛି ।ଯାହାଫଳରେ ଟ୍ୱିଟରରେ ଗୋଟିଏ ପରେ ଗୋଟିଏ କମେଣ୍ଟ ଆସିବାରେ ଲାଗିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0