ନୂଆଦିଲ୍ଲୀ : ଭାରତ-ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ଆହୁରି ୪୭ ଚାଇନା ଆପରେ ପ୍ରତିବନ୍ଧକ ଲଗାଇଛନ୍ତି । ସରକାର ଏହା ପୂର୍ବରୁ ୫୯ ଚାଇନା ଆପକୁ ବ୍ୟାନ କରିଥିଲେ । ବର୍ତ୍ତମାନ ସରକାର ୪୭ ଚାଇନା ଆପ ବ୍ୟାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଆପ ପୂର୍ବରୁ ବ୍ୟାନ ହୋଇଥିବା ଆପର କ୍ଲୋନିଙ୍ଗ ଆପ ବୋଲି କୁହାଯାଉଛି । ଏହି ୪୭ ଆପ ଦେଶର ଡାଟା ପ୍ରୋଟୋକଲ ଉଲଙ୍ଘନ କରୁଥିବା କୁହାଯାଇଛି ଏବଂ ଏହିସବୁ ଆପ ଡାଟା ଚୋରି କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଏହି ସବୁ ଆପ ୟୁଜର୍ସଙ୍କ ବ୍ୟକ୍ତିଗତ ଓ ଗୋପନ ତଥ୍ୟ ବ୍ୟବହାର କରୁଥିଲେ ଓ ଏମାନେ ଗୋପନୀୟତା ଆଇନ ଉଲଙ୍ଘନ କରିଛନ୍ତି । ଯେଉଁଥିପାଇଁ କେନ୍ଦ୍ର ସରକାର ଏହିସବୁ ଆପକୁ ବ୍ୟାନ କରିବାକୁ ନିଷ୍ପତି ନେଇଛନ୍ତି ।

ସେହିପରି ଆଗକୁ ସରକାର ଆଉ ଏକ ବଡ଼ ପଦକ୍ଷପ ନେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ୨୫୦ରୁ ଅଧିକ ଚାଇନିଜ ଆପକୁ ଭାରତ ସରକାର ତାଲିକା ଭୁକ୍ତ କରି ଏଗୁଡ଼କର ଯାଞ୍ଚକରୁଛନ୍ତି । ଏହି ଚାଇନଜ ଆପଗୁଡ଼ିକୁ ଭାରତର ଜାତୀୟ ସୁରକ୍ଷା ଓ ବ୍ୟକ୍ତିଗତ ତଥ୍ୟ ଚୋରିକରୁଛନ୍ତି କି ନାହିଁ । ତାର ସମିକ୍ଷା କରାଯାଉଛି । ଯଦି ଏଗୁଡ଼ିକ କିଛି ବି ତ୍ରୃଟିରହିଥାଏ । ତା ହେଲେ ଏହାକୁ ଭାରତରେ ବ୍ୟାନ କରାଯିବ । ଏହି ଆପ ମଧ୍ୟରେ ପବଜି, ଆଲିବାବା , ଟେନସେଣ୍ଟ, ବାଇଟି ଡ଼୍ୟାନ୍ସ ଓ ସାଓମି ରହିଛନ୍ତି । ଏହାବାଦ ଚାଇନା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କେତେକ ଲୋକପ୍ରିୟ ଗେମିଂ ଆପ ଉପରେ ମଧ୍ୟ ସରକାର ରୋକ ଲଗାଇବାକୁ ଯାଉଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0