ଦିଲ୍ଲୀ : ଦିଲ୍ଲୀ ପୁଲିସଙ୍କ ବଡ଼ ଘୋଷଣା । ଲାଲ କିଲ୍ଲା ହିଂସା ଘଟଣାର ମାଷ୍ଟରମାଇଣ୍ଡ ଦୀପ ସିଦ୍ଧୁ ଉପରେ ପୋଲିସ ପୁରସ୍କାର ଘୋଷଣା କରିଛି । ଦୀପ ସିଦ୍ଧୁ ,ଯୁଗରାଜ ସିଂହ ସମେତ ୪ ଜଣଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଛି । ଅର୍ଥାତ ଯେଉଁ ବ୍ୟକ୍ତି ଏମାନଙ୍କ ବିଷୟରେ ସୂଚନା ଦେବେ ,ତାଙ୍କୁ ଏହି ପୁରସ୍କାର ରାଶି ମିଳିବ । ଅନ୍ୟପକ୍ଷେ ଦିଲ୍ଲୀ ପୁଲିସ ଜୟବୀର ସିଂହ,ବୁଟା ସିଂହ, ସୁ୍ଖଦେବ ସିଂହ ଓ ଇକବାଲ ସିଂହଙ୍କ ବିରୋଧରେ ୫୦ ହଜାର ଟଙ୍କାର ରାଶି ଘୋଷଣା କାଯାଇଛି । ଏମାନେ ଲାଲ କିଲ୍ଲାରେ ଧାର୍ମିକ ଧ୍ୱଜା ଲଗାଇବା ଓ ଲୋକଙ୍କୁ ହିଂସା ପାଇଁ ଉସୁକାଇବା ନେଇ ଅଭିଯୋଗ ହୋଇଛି । ଯାହା ପରଠାରୁ ଦୀପ ସିଦ୍ଧୁ ଫେରାର ଅଛନ୍ତି ଏବଂ ଦିଲ୍ଲୀ ପୁଲିସ୍ ତାଙ୍କୁ ଖୋଜୁଛି। ତେବେ ଏହାରି ଭିତରେ ଦୀପ ସିଦ୍ଧୁ ଲଗାତର ଫେସବୁକରେ ନିଜର ଭିଡିଓ ପୋଷ୍ଟ କରି ସଫେଇ ଦେଇଛନ୍ତି।ଦୀପ କହିଛନ୍ତି ଯେ ସେ କିଛି ଭୁଲ୍ କରିନାହାନ୍ତି କି ନା କାହାକୁ ଉସୁକାଇଛନ୍ତି। ଚାଷୀ ନେତାଙ୍କ ଦ୍ୱାରା ତାଙ୍କୁ ଫସାଯାଉଥିବା ଦୀପ କହିଛନ୍ତି। ସେ ସମୟ ଆସିଲେ ପୁଲିସ୍ ଆଗରେ ନିଜକୁ ସରେଣ୍ଡର କରିବେ ବୋଲି କହିଛନ୍ତି। ଦିଲ୍ଲୀ ପୁଲିସ୍ ଲାଲକିଲ୍ଲା ହିଂସାକାଣ୍ଡ ମାମଲାରେ ଦୀପ ସିଦ୍ଧୁ ନାଁରେ ମାମଲା ଦାୟର କରିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0