spot_img

ସରଳ ପଦ୍ଧତିରେ କିପରି କରିବେ ମହୁମାଛି ପାଳନ

ମହୁ ମାନବ ସମାଜ ପାଇଁ ଈଶ୍ବରଙ୍କର ଏକ ଅନନ୍ୟ ଅବଦାନ। ମହୁର ଉପାଦେୟତା, ବିଭିନ୍ନ ମାଙ୍ଗଳିକ କାର୍ୟ୍ୟରେ ଏହାର ବ୍ୟବହାର ଓ ଏହାରସଂଗ୍ରହକାରୀ ମହୁମାଛି ସମ୍ପର୍କରେ ଲିପିବଦ୍ଧ ତଥ୍ୟସବୁ ବହୁ ଆଦିମ କାଳରୁବିରଚିତ ହୋଇଥିବା ବେଦ ଓ ପୌରାଣିକ ଗ୍ରନ୍ଥରୁ ଦେଖବାକୁ ମିଳେ। । ପୂର୍ବେ ଜଙ୍ଗଲ, ପାହାଡ଼ ଓ ଗଛ କୋରଡ଼ ଇତ୍ୟାଦି ପ୍ରାକୃତିକ ପରିବେଶରୁ ମହୁ ସଂଗ୍ରହ କରିବାକୁ ପଡ଼ୁଥିଲା। ମାତ୍ର ଏବେ ପ୍ରକୃତିର ଏହି କ୍ଷୁଦ୍ରକୀଟ ମହୁମାଛିକୁ ଧରିଆଣି ବୈଜ୍ଞାନିକ ପ୍ରଣାଳୀରେ ଲାଳନପାଳନ କରି ଯେକୌଣସି ବ୍ୟକ୍ତି ଅତି ସହଜ ଓ ସୁବିଧାରେ ବିଶୁଦ୍ଧ ମହୁ ଉତ୍ପାଦନକରିପାରିବେ।


ମହୁମାଛି ପାଳନ କରିବାର ଉପଯୋଗିତା :
ମହୁମାଛି ପାଳନ ପାଇଁ ସ୍ବତନ୍ତ୍ର ସ୍ଥାନ ବା ଜମିର ଆବଶ୍ୟକତା ନାହିଁ। ନିଜ ଘର ପରିସର ମଧ୍ୟରେ ଜଣେ ଚାଷୀ ସହଜରେ ୮/୧୦ଟି ମହୁବାକ୍ସ ରଖି ପାରିବେ । ଧିଏଥିପାଇଁ ସାମୟିକଦୃଷ୍ଟିଦେବାକୁପଡ଼ିଥାଏ। ଅଧିକ ଖର୍ଚ୍ଚ କିମ୍ବ ଉନ୍ମତଯନ୍ତ୍ରପାତିର ଆବଶ୍ୟକତା ନାହିଁ। ମହୁମାଛି ପାଳନ ଆଜିକାଲି ସରକାରଙ୍କ ତରଫରୁ ମଧ୍ୟ ବିଭିନ୍ନ ଯୋଜନାଜରିଆରେ ରିହାତି ଦରରେ ମହୁବାକ୍ସ ଯୋଗାଇ ଦିଆଯାଉଛି। ବାସ୍ତବିକ କ୍ଷେତ୍ରରେ ଏହା ଅତି ସରଳ ଉପାୟ ଏବଂ ଯେକୌଣସି ବ୍ୟକ୍ତି ଇଚ୍ଛାକଲେ ଏହାକୁ ଏକ ବ୍ୟବସାୟଭିତ୍ତିକ ଶିଳ୍ପଭାବରେ ଗ୍ରହଣ କରିପାରିବେ। ବିଶେଷକରି ଗ୍ରାମରେ ରହୁଥିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାର ଯୁବକ ଯୁବତୀ ଓ ସ୍ଵୟଂସହାୟକ ଗୋଷ୍ଠୀମାନେମହୁମାଛି ପାଳନକୁ ଏକ ଲାଭଦାୟକ ରୋଜଗାରର ପନ୍ଥାଭାବେ ଗ୍ରହଣକରିପାରିବେ।

ଓଡ଼ିଶାରେ ମହୁଚାଷର ଇତିହାସ :
ମହୁଚାଷ ଆମ ରାଜ୍ୟରେ ସର୍ବପ୍ରଥମେ ୧୯୩୬ରେ କଟକ ଜିଲ୍ଲାରେ ବରୀ ଅଞ୍ଚଳରେ ଆରମ୍ଭ ହେଉଥିଲା । ୧୯୫୬-୫୭ ମସିହାରୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ଜରିଆରେ ଓଡ଼ିଶାରେ ମହୁଚାଷର ପ୍ରଚଳନ ହୋଇ ଆସୁଛି । ମହୁଚାଷ ପାଇଁ ଓଡ଼ିଶାରେ ଅନୁକୂଳ କ୍ଷେତ୍ର ଥିଲେ ମଧ୍ୟ ଉତ୍ତର ଭାରତୀୟଙ୍କ ଭଳି ଆମର ଚାଷୀମାନେ ସୁସଙ୍ଗଠିତ ନୁହଁନ୍ତି କିମ୍ବା ବହୁ ସଂଖ୍ୟାରେ ମହୁମାଛି ଚାଷ କରିବାକୁ ଆଗଭର ହେଉନାହାନ୍ତି। ଭାରତୀୟ କୃଷି ଅନୁସନ୍ଧାନ ପରିଷଦଙ୍କ ଅନୁଦାନରେ ୧୯୮୩ ମସିହା ଠାରୁ ସର୍ବଭାରତୀୟ ସଂଯୋଜିତ ମହୁମାଛି ଗବେଷଣା ଓ ପ୍ରଶିକ୍ଷଣ ପ୍ରକଳ୍ପ ଓଡ଼ିଶା କୃଷି ମହାବିଦ୍ୟାଳୟର କୀଟତତ୍ତ୍ବ ବିଭାଗରେ ଗବେଷଣା ଓ ସମ୍ପ୍ରସାରଣ କାର୍ୟ୍ୟ କରିଆସୁଅଛି। ୨୦୦୭ ମସିହାଠାରୁ ଉକ୍ତ ପ୍ରକଳ୍ପକୁ “ସର୍ବଭାରତୀୟ ସଂଯୋଜିତ ମହୁମାଛି ଓ ପରାଗିସଙ୍ଗମକାରୀ କୀଟ ଗବେଷଣା ପ୍ରକଳ୍ପ” ନାମରେ ନାମିତ କରା ଯାଇଅଛି। ଏଠାରେ ମହୁମାଛି ଓ ଅନ୍ୟାନ୍ୟ ପରାଗ ସଙ୍ଗମକାରୀ କୀଟମାନଙ୍କ ପାଳନ ସମ୍ବନ୍ଧୀୟ ଗବେଷଣା ସହିତ ମହୁମାଛି ପାଳନର ପ୍ରଚାର ଓ ପ୍ରସାର କାର୍ୟ୍ୟ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular