ଅନୁଗୁଳ : ଅନୁଗୁଳ କଣିହାଁ ରେଞ୍ଜ ସାପକଟା ଗାଁରେ ମହିଳାଙ୍କୁ ଦଳିଦେଲା ହାତୀ । ମୃତକ ସାପକଟା ଗାଁର ସୁବରା ପ୍ରଧାନ ବୋଲି ଜଣାପଡିଛି । କଣିହାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗୁରୁବାର ସକାଳ ସମୟପରେ ସାପକଟା ଗାଁର ସୁବରା ପ୍ରଧାନଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖି ପରିବାରକୁ ଜଣାଇଥିଲା , ଏବଂ ଏହାପରେ କଣିହାଁ ବନ ଅଧିକାରୀ ଏବଂ କଣିହାଁ ପୋଲିସକୁ ଖବର ଦିଆଯାଇଥିଲା । ଉଭୟ ପୋଲିସ ଓ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛନ୍ତି । ସେପଟେ ସ୍ଥାନୀୟଲୋକମାନେ ହାତୀ ଦାଉରୁ ସୁରକ୍ଷା ଓ କ୍ଷତିପୂରଣ ଦାବି କରୁଛନ୍ତି । ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିବାରେ ଲାଗିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0