କେନ୍ଦୁଝର: କାର୍ୟ୍ୟରତ ମେଡିକାଲ କର୍ମଚାରୀଙ୍କ ଆତ୍ମହତ୍ୟା । ମୃତକ ଡମ୍ବରୁଧର ଦେହୁରୀ ଏବଂ ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡମ୍ବରୁଧର କାର୍ୟ୍ୟରତ ଥିଲେ । ଗତ କିଛି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ରହିଥିଲା । ଯାହାଫଳରେ ସେ ମାନସିକସ୍ତରରେ ଭୟଭୀତ ହୋଇପଡିଥିଲେ । ଶେଷରେ ଆଜି ସେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ନିଜ କାର୍ୟ୍ୟାଳୟରେ ଦଉଡି ଲଗାଇ ଆତ୍ମହତ୍ୟା କରିଛନ୍ତି ଡମ୍ବୁରଧର । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଜାରି ରଖିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0