ଭୁବନେଶ୍ୱର: କଂଗ୍ରେସର ପିପିଲି ରଣନୀତି । ରାଜ୍ୟ କଂଗ୍ରେସର ୧୦ଜଣିଆ ଟିମ ପିପିଲି ଗସ୍ତରେ ଯାଇଛନ୍ତି । ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବ ବୋଲି କହିଛନ୍ତି ପିସିସି କାର୍ୟ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ । ଏହି ଅବସରରେ ସେ କହିଛନ୍ତି ଯେ ପିପିଲିରେ ଦଳ କିପରି ସୁସଙ୍ଗଠିତ ହୋଇ ଲଢିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଉଛି । ତେବେ କର୍ମୀ ଯାହାକୁ ବାଛିବେ ତାଙ୍କୁ ପିପିଲି ନିର୍ବାଚନରେ ପ୍ରାର୍ଥୀ କରାଯିବ। କଂଗ୍ରେସର ୧୦ଜଣିଆ ଟିମରେ ବରିଷ୍ଠ ବିଧାୟକ ସୁର ରାଉତରାୟ, ମହିଳା ସଭାନେତ୍ରୀ ବନ୍ଦିତା ପରିଡ଼ା, ସାଂସଦ ପ୍ରାର୍ଥୀ ସତ୍ୟ ନାୟକ ପ୍ରମୁଖ ଅଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0