କେନ୍ଦ୍ରାପଡା: ଗାଁ ପୋଖରୀରୁ ମହିଳାଙ୍କ ମୃତଦେହ ଠାବ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁର । ମୃତ ମହିଳା ପାଳକଣା ଗାଁର ଉମା ମଲିକ ବୋଲି ଜଣାପଡିଛି । ଗତ ଜାନୁଆରୀ ମାସ ୩୦ ତାରିଖ ମଧ୍ୟରାତ୍ରିରୁ ଉମା ନିଜ ଶାଶୁଘରୁ ନିଖୋଜ ହୋଇଯାଇଥôଲେ । ଏନେଇ ଉଭୟ ଶାଶୁଘର ଓ ବାପାଙ୍କ ଘର ପକ୍ଷରୁ ସ୍ଥାନୀୟ ନିକିରାଇ ଥାନାରେ ଅଭିଯୋଗ ହୋଇଥିଲା । ଶୁକ୍ରବାର ସକାଳୁ ଗାଁ ପୋଖରୀରେ ଉମାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା । ଉମାଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ ହୋଇଛି । ୨୦୦୭ ମସିହାରେ ଉମା ନିଜ ପଡ଼ୋଶୀ ସୁରେଶ ମଲିକଙ୍କୁ ବିବାହ କରିଥିଲେ । ତାଙ୍କର ୩ଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ଜାନୁଆରୀ ୩୦ ତାରିଖରେ ଉମା ଅସୁସ୍ଥ ହୋଇ ପଡିବାରୁ ତାଙ୍କ ଭାଇ ଉମାଙ୍କୁ ହସ୍ପିଟାଲ ନେଇଥିଲେ । ରାତି ୧୦ଟାରେ ଭଉଣୀକୁ ଶାଶୁଘରେ ରେ ଛାଡି ଦେଇ ଯାଇଥିଲେ । ରାତି ୧୨ଟାରେ ଉମା ଘରେ ନଥିବା ନେଇ ଶାଶୁଘର ଲୋକେ ଅଭିଯୋଗ କରିଥିଲେ । ତେବେ ଉମାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତନାଘନା କରୁଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0