spot_img

ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ଇଣ୍ଟରନେଟ ସେବା

ଜମ୍ମୁ-କାଶ୍ମୀର : ଆସନ୍ତା ସପ୍ତାହରୁ ଜମ୍ମୁ-କାଶ୍ମୀରରେ ପୁଣି ଚାଲିବ ୪ଜି ମୋବାଇଲ ଇଣ୍ଟରନେଟ ସେବା । ୫ ଅଗଷ୍ଟ ୨୦୧୯ ରେ ଜମ୍ମୁ-କାଶ୍ମୀରରେ ଇଣ୍ଟରନେଟ ସେବାକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁ-କାଶ୍ମୀରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ଆସନ୍ତା ସପ୍ତାହରୁ ୪ ଜି ମୋବାଇଲ ଚାଲୁ ହେବ ବୋଲି ଜମ୍ମୁ-କାଶ୍ମୀରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତାଙ୍କ କହିବା ମୁତାବକ ଛାତ୍ର ଛାତ୍ରୀ ମାନଙ୍କ ଅନଲାଇନ ପାଠ ପଢାରେ ବ୍ୟାଘାତ ହେଉଥିବାରୁ କେନ୍ଦ୍ର ସରକାର ଖୁବଶୀଘ୍ର ଏଠାରେ ୪ ଜି ମୋବାଇଲ ଇଣ୍ଟରନେଟ ସେବା ଚାଲୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ଦେଢବର୍ଷ ହେବ ଜମ୍ମୁ-କାଶ୍ମୀରବାସୀ ଲୋ ସ୍ପିଡ ଇଣ୍ଟରନେଟ ସେବାକୁ ନେଇ ବହୁ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ଏବେ ପ୍ରଚେଷ୍ଟା କରୁଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular