spot_img

ଡ଼ାଇବେଟିସ ରୋଗୀଙ୍କ ପାଇଁ କ’ଣ ରହିଛି ହିତକର ଖାଦ୍ୟ , ଆସନ୍ତୁ ଜାଣିବା…

ଡ଼ାଇବେଟିସକୁ ସାଧାରଣତଃ ଆମେ ମଧୁମେହ ବୋଲି କହିଥାଉ । ଏହି ରୋଗ ସାଧାରଣ ଭାବେ ମଣିଷ ଶରୀରର ସବୁ ଅଙ୍ଗକୁ ଧିରେ ଧିରେ ନଷ୍ଟ କରିବାର କ୍ଷମତା ରଖିଥାଏ । ଶରୀରରେ ଅତ୍ୟଧିକ ସର୍କରା ମାତ୍ରା ବଢ଼ିଗଲେ ଅମେ ତାକୁ ଡ଼ାଇବେଟିସ ବୋଲି କହିଥାଉ । ମୁଖ୍ୟତଃ ଡ଼ାଇବେଟିସ ହେବାର କାରଣ ହେଉଛି ଆମ ଦୈନନ୍ଦିନ ଖାଦ୍ୟ ପଦାର୍ଥ ଏବଂ ଜୀବନଶୈଳୀରେ ପରିବର୍ତ୍ତନ । ମଧୁମେହକୁ ନିୟନ୍ତ୍ରିତ କରିବା ପାଇଁ ପ୍ରତ୍ୟେକ ଦିନ ଖାଦ୍ୟରେ ସବୁଜ ପନିପରିବା ଗ୍ରହଣ କରିବା ଉଚିତ । ଯାହା ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ ରହିବ ।

୧ . ଭେଣ୍ଡି : ମଧୁମେହ ରୋଗୀଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ ଖାଦ୍ୟ ଅଟେ । ଭେଣ୍ଡିରେ ପ୍ରଚୁର ପରିମାଣରେ ଫାଇବର ଥାଏ ଯାହା ମଣିଷ ଶରୀରରେ ପାଚନ ପ୍ରକ୍ରିୟାରେ ସାହାର୍ଯ୍ୟ କରିଥାଏ । ଏହା ଛଡ଼ା ଭେଣ୍ଡିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ମଧ୍ୟ ଡ଼ାଇବେଟିସକୁ ନିୟନ୍ତ୍ରଣ କରିଥାଏ ।

୨. ଗାଜର : ପ୍ରତ୍ୟେକଦିନ ଖାଦ୍ୟରେ ଗାଜରକୁ ସାଲାଡ଼ ଭାବେ ବ୍ୟବହାର କଲେ ମଧୁମେହ ରୋଗକୁ ନିୟନ୍ତ୍ରଣ କରିହୁଏ । ଗାଜରରେ ଫାଇବର ମାତ୍ରା ଅଧିକ ଥାଏ ଯାହା ଶରୀରରେ ଧିରେ ଧିରେ ସରର୍କରା ଝରେଇବାରେ ସହାୟତା କରିଥାଏ । ଏହି ପରିବାରେ ଭିଟାମିନ ଏ ଓ ମିନେରାଲ ମଧ୍ୟ ପ୍ରଚୁର ରହିଛି ।

୩. ବ୍ରୋକଲି : ଏଥିରେ ଭରପୁର ଫାଇବର ଥାଏ । ଡ଼ାଇବେଟିସ ରୋଗୀଙ୍କ ପାଇଁ ବ୍ରୋକଲି ଅତ୍ୟନ୍ତ ଲାଭଦାୟକ ଅଟେ । ବ୍ରୋକଲିରେ ଫାଇବର ଉଚ୍ଚ ମାତ୍ରାରେ ଥିବାବେଳେ କ୍ୟାଲୋରି ବହୁତ କମ ଥାଏ ଯାହା ଦ୍ୱାରା ଓଜନ କମେଇବାରେ ଉପଯୋଗୀ ହୋଇଥାଏ । ଏହି ପରିବାରେ ଭିଟାମିନ ଏ, ବି, ସି ମଧ୍ୟ ପ୍ରର୍ଯ୍ୟାପ୍ତ ପରିମାଣରେ ରହିଛିି ।

୪. ପତ୍ରକୋବି : ଡ଼ାଇବେଟିସ ରୋଗୀଙ୍କ ପାଇଁ ପତ୍ରକୋବି ସେବନ ଦ୍ୱାରା ଅନେକ ଲାଭ ମିଳିଥାଏ । ଏଥିରେ ଶ୍ୱେତସାର ବହୁତ କମ ମାତ୍ରାରେ ରହିଥାଏ ଯାହା ସୁଗାର ରୋଗୀଙ୍କ ପାଇଁ ଅତ୍ୟନ୍ତ ଭଲ ଅଟେ । ପତ୍ରକୋବିରେ ପ୍ରଚୁର ଆଣ୍ଟିଅକ୍ସିଡ଼େଣ୍ଟ ଓ ଭିଟାମିନର ମାତ୍ରା ଅଧିକ ଥିବାରୁ ଏହା ସେବନ ଦ୍ୱାରା ଡ଼ାଇବେଟିସ ରୋଗୀ ଶରୀର ସୁସ୍ଥ ରହିବ । ଏହାକୁ ସାଲାଡ଼ ରୂପେ ମଧ୍ୟ ବ୍ୟବହାର କରିହେବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular