spot_img

ଚଳିତ ବର୍ଷ ଆଇପିଏଲ ଅକଶନରେ ଭାଗ ନେବେ ୧୦୯୭ ଖେଳାଳି

ଚେନ୍ନାଇ: ଚଳିତ ବର୍ଷ ଫେବୃଆରୀ ୧୮ ତାରିଖରୁ ବହୁ ପ୍ରତିକ୍ଷୀତ ଆଇପିଏଲ ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଏନେଇ ଚଳିତ ବର୍ଷ ଆଇପିଏଲ ଅକଶନରେ ମୋଟ ୧୦୯୭ ଖେଳାଳି ଭାଗ ନେବାକୁ ଯାଉଛନ୍ତି । ଏଥିରେ ୮୧୪ ଭାରତୀୟ ଓ ୨୮୩ ବିଦେଶୀ ଖେଳାଳି ରହିଛନ୍ତି । ଅନ୍ୟପଟେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିସାରିଥିବା ୨୧ ଜଣ ଭାରତୀୟ ଓ ୧୮୬ ବିଦେଶୀ ଖେଳାଳି ଅକଶନର ସମ୍ମୁଖୀନ ହେବେ । ୨୮୩ ଖେଳାଳିଙ୍କ ମଧ୍ୟରେ ୱେଷ୍ଟଇଣ୍ଡିଜରୁ ସର୍ବାଧିକ ୫୬ ଓ ଅଷ୍ଟ୍ରେଲିଆରୁ ୪୨ ଜଣ ରହିଛନ୍ତି । ସେହିପରି ଦକ୍ଷିଣ ଆଫ୍ରିକାରୁ ୩୮, ଶ୍ରୀଲଙ୍କାରୁ ୩୧, ନୁ୍ୟଜିଲାଣ୍ଡରୁ ୨୯, ଇଂଲଣ୍ଡରୁ ୨୧ ଜଣ ଖେଳାଳିଙ୍କ ନାମ ନିଲାମ ପ୍ରକ୍ରିୟା ପାଇଁ ପଞ୍ଜିକୃତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular