ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆଜି ୩ ଘଣ୍ଟିଆ ଚକା ଜାମ ଡାକରା ଦେଇଥିଲେ କୃଷକ ସଙ୍ଗଠନ । ହର୍ଣ୍ଣ ବଜାଇ ଚାଷୀମାନେ ତାଙ୍କର ତିନି ଘଣ୍ଟିଆ ଚକାଜାମକୁ ସମାପ୍ତ କରିଥିଲେ । ତେବେ ଏଥିରୁ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବାଦ ପଡ଼ିଥିଲା। ଆଜି ୧୨ରୁ ୩ଟା ଯାଏଁ ‘ଚକା ଜାମ୍’ ଶାନ୍ତିପୂର୍ଣ୍ଣ ଉପାୟରେ ପାଳନ ହୋଇଛି। ଏବେ ‘ଚକା ଜାମ୍’ ସମାପ୍ତ ହୋଇଛି। ଶାନ୍ତିପୂର୍ଣ୍ଣ ଉପାୟରେ ‘ଚକା ଜାମ୍’ ସମାପ୍ତ ହୋଇଛି। ସେପଟେ ଅକ୍ଟୋବର ୨ ସୁଦ୍ଧା କୃଷି ଆଇନ୍ ପ୍ରତ୍ୟାହର କରିବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି କୃଷକ। ଅକ୍ଟୋବର ୨ ସୁଦ୍ଧା ସରକାର କୃଷି ଆଇନ୍ ପ୍ରତ୍ୟାହାର କରନ୍ତୁ ନଚେତ ପରବର୍ତ୍ତୀ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ଶନିବାର କହିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0