ସାରାବିଶ୍ୱ କୋରନା ସଂଙ୍କଟ ଦେଇ ଗତି କରୁଥିବା ସମୟରେ ଆଜି ବିଶ୍ୱରେ ହେପାଟାଇଟିସ ଦିବସ ପାଳନ କରାଯାଇଛି । ହେପାଟାଇଟିସ ଏପରି ଏକ ରୋଗ ଯାହାଦ୍ୱାରା ଯକୃତ ଅଧିକ ମାତ୍ରାରେ ସଂକ୍ରମିତ ହୋଇଥାଏ । ଏହା ଏକ ଭାଇରସ ଜନିତ ରୋଗ ଅଟେ । ଏଥିରେ ଯକୃତ ଦୁର୍ବଳ ହେବା ସହ ହଜମ ପ୍ରକ୍ରିୟାରେ ବାଧା ସ୍ୃଷ୍ଟି ହୁଏ । ଅନେକ ସମୟରେ ଯକୃତ କାମ ନକରିବା ଦ୍ୱାରା ମନୁଷ୍ୟ ମୃତ୍ୟୁ ବରଣ କରିଥାଏ । ଏହି ରୋଗର ଲକ୍ଷଣ ଚିହ୍ନିବା କଷ୍ଟକର ହୋଇଥାଏ । ଏହିରୋଗରୁ ରକ୍ଷା ପାଇବା ପାଇଁ ଖାଦ୍ୟ ଏବଂ ପାନୀୟ ସେବନର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକରହିଛି ।
ଏହିରୋଗର ଲକ୍ଷଣ ଗୁଡିକ ହେଉଛି : ସବୁବେଳେ ଦୁର୍ବଳ ଲାଗିବା, ମୁହଁ ଓ ଆଖି ହଳଦିଆ ଦେଖାଯିବା, ଭୋକ ନ ଲାଗିବା, ବାନ୍ତି ହେବା, ପେଟ କାଟିବା, ମୁଣ୍ଡ ବୁଲେଇହେବା,ପରିସ୍ରା ହଳଦିଆ ହେବା ପ୍ରଭୃତି ।

ଏହି ରୋଗର ନିରାକରଣ ପାଇଁ ଖାଦ୍ୟରେ ପୋଷଣ ଯୁକ୍ତ ଖାଦ୍ୟ ଯଥା: ଫଳ, ବିଭିନ୍ନ ପରିବା ଏବଂ ଡାଲି ଜାତୀୟ ଖାଦ୍ୟ ସାମିଲ କରିବା ଆବଶ୍ୟକ ରହିଛି । ଏହା ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । ଯକୃତ ସୁରକ୍ଷା ପାଇଁ ବିନସ୍, ଅଣ୍ଡା ଓ ସୋୟା ପ୍ରଭୃତି ଖାଦ୍ୟ ଅଧିକ ପରିମାଣରେ ଖାଇବା ଆବଶ୍ୟକ । ଏହାସହ ଖାଦ୍ୟ ରାନ୍ଧିବା ପାଇଁ ଅଲିଭ୍ ଓ ସୋୟା ତେଲ ବ୍ୟବହାର କରିବା ଦରକାର ।
ଏହିରୋଗରେ ପୀଡିତ ଥିବା ରୋଗୀ ଅତ୍ୟନ୍ତ ତେଲ ଓ ମସଲାଯୁକ୍ତ ଖାଦ୍ୟ ଏବଂ ଫାଷ୍ଟଫୁଡ୍ ଭଳି ଖାଦ୍ୟଠୁ ଦୂରେଇ ରହିବା ଉଚିତ୍ । ଏହାବ୍ୟତୀତ ପନିର, ଲହୁଣି, କ୍ରିମ୍ ଜାତୀୟ ଖାଦ୍ୟ କମ ମାତ୍ରାରେ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ମଦ୍ୟପାନ ଠାରୁ ଦୂରେଇ ରହିବା ଆବଶ୍ୟକ ଏହା ଲିବର ଉପରେ ଖରାପ ପ୍ରଭାବ ପକାଇଥାଏ ।
ଏହିରୋଗରେ ପୀଡିତ ଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ କରିବା ଅନୁଚିତ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0