ଭୁବନେଶ୍ୱର: ଆଜିଠାରୁ ରାଜ୍ୟର ସମସ୍ତ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢ଼ା ହୋଇଛି। ଏଥିପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି। ଛାତ୍ରଛାତ୍ରୀ ଯେପରି ନିୟମ ପାଳନ କରିବେ ସେ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲୁଛି। କରୋନା ପ୍ରକୋପ କମିବା ପରେ ଶିକ୍ଷା ବ୍ୟବସ୍ଥା ସଜାଡ଼ିବାକୁ ପୁରାଦମ୍ରେ ଆରମ୍ଭ ହୋଇଛି ପ୍ରୟାସ। ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେଳେ ଗତ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯାଉଛନ୍ତି । ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ଯାଏଁ ଦୁଇ ଘଣ୍ଟାରେ ନବମ ଓ ଏକାଦଶ ଶ୍ରେଣୀର ୩ଟି ଲେଖାଏ ପିରିୟଡ୍ ହେଉଛି। ଏହାପରେ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ପାଠପଢ଼ା । ଏପ୍ରିଲ ୩୦ ଯାଏଁ ଏହି ଉଭୟ ଶ୍ରେଣୀ ପିଲାଙ୍କୁ କ୍ଲାସ୍ରୁମ୍ ଶିକ୍ଷା ଦିଆଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।



Visitors Today : 1
Total Visitors : 130433
Total Views : 9891964
Visitors Online Now : 0