spot_img

ଦେଶରେ ଟୀକାକରଣରେ ସନ୍ତୁଷ୍ଟ ୯୭% ଲୋକ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାରି ଭିତରେ କରୋନା ଟୀକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟୀକାକରଣ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ସୁଚନା ମିଳିଛି। ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ଆଗଧାଡିର କର୍ମୀଙ୍କୁ ଟୀକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ । ଏଯାଏଁ ୬୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେମ।ନଙ୍କ ପାଇଁ ଦ୍ୱିତୀୟ ଡୋଜ ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ । ଦେଶର ମୋଟ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବଳ କେରଳରେ ଏବଂ ୨୫ ପ୍ରତିଶତ ମହାରାଷ୍ଟ୍ରରେ ରହିଛି । ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରି ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇଛନ୍ତି । ଏପଟ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଟୀକାକରଣ ଅବଧି ବଢିବାର ସୂଚନା ମିଳିଛି । ଯେତିକି ସ୍ୱାସ୍ଥ୍ୟକର୍ମୀ ଟୀକା ନେବା ପାଇଁ ପଂଜୀକୃତ ହୋଇଛନ୍ତି ସେଥିରୁ ୭୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟୀକା ନେଇସାରିଲେଣି । ତଥାପି ଆହୁରି ୬୯ ହଜାର ୩୧୪ ସ୍ୱାସ୍ଥ୍ୟକର୍ମୀ ଟୀକା ନେବା ପାଇଁ ରହିଛନ୍ତି । ଆଜି ଟୀକାକରଣର ଶେଷ ଦିନ ଥିବା ବେଳେ ଏତେ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଟିଏ ଦିନରେ ଟୀକା ଦେବା ଅସମ୍ଭବ । ତେଣୁ ଅବଧିକୁ ଆହୁରି କିଛିଦିନ ପାଇଁ ବଢାଯିବ ବୋଲି ସ୍ପଷ୍ଟ କରାଯାଇଛି । କେତେଦିନ ବଢାଯିବ ତାହା ସ୍ଥିର ହୋଇନଥିବା କହିଛନ୍ତି ରାଜ୍ୟ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular