ବାଲେଶ୍ୱର: ବିଦ୍ୟାଳୟ ର ଅନ୍ୟତ୍ର ମିଶ୍ରଣ କୁ ବିରୋଧ କରି ଦିନକୁ ଦିନ ତେଜୁଛି ବିଖୋବ। ଆଉ ପ୍ରତିବାଦ କରିବିଦ୍ୟାଳୟ ଫାଟକରେ ତାଲା ପକାଇ, ବିଦ୍ୟାଳୟ ସାମ୍ନାରେ ଧାରଣରେ ବସି ଆମର ଦାବି ମାନିନୀୟ ନାରା ଦେଇଥିଲେ ଛାତ୍ରଛାତ୍ରୀ, ଗ୍ରାମବାସି ଓ ଅଭିଭାବକ।
ଏଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଘଣ୍ଟୁଆ ଗ୍ରାମ ପଞ୍ଚାୟତ ଗେଙ୍ଗୁଟିଆ ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ । ଉକ୍ତ ବିଦ୍ୟାଳୟ ଟି ୬୫ବର୍ଷ ଧରି ସ୍ଥାନୀୟ ପିଲାଙ୍କ ଭିବିଷ୍ୟତ ଗଢିଥିବା ବେଳେ, ସରକାରୀ ନୀତିନିୟମ ଅନୁଯାୟୀ ଆବଶ୍ୟକ ପିଲା ସଂଖ୍ୟା ମଧ୍ୟ ରହିଛି। ତେବେ କୋରୋନା କଟକଣା ପାଇଁ ପିଲା ଆଡମିସନ ହୋଇପାରି ନାହାନ୍ତି । କିନ୍ତୁ ଶିକ୍ଷାବିଭାଗ ପିଲାସଂଖ୍ୟା କମ ଦର୍ଶାଇ , ଅସ୍ତି ଗ୍ରାମ ପଞ୍ଚାୟତ ର ଥିବା କଣ୍ଟାଡିହା ଏଲପି ଲୋଡାଲ ବିଦ୍ୟାଳୟ ସହିତ ମିଶ୍ରଣ କିରିବାପାଇଁ ଶିକ୍ଷାବିଭାଗ ପକ୍ଷରୁ ବାଲିଆପାଳ ଗୋଷ୍ଠି ଶିକ୍ଷାଧିକାରୀ ନିର୍ଦେଶ ଜାରି କରିଛନ୍ତି । ତେବେ ଅସ୍ତି ଗ୍ରାମ ପଞ୍ଚାୟତ ର କଣ୍ଟାଡିହା ଏଲପି ନୋଡାଲ ବିଦ୍ୟାଳୟକୁ ଦୁଇ କିମି ଦୂରତା ଅଟେ ଏବଂ ଯାହା ନିଛାଟିଆ ରାସ୍ତା ଅଟେ । ଦିନକୁ ଦିନ ଅସାମାଜିକ କାର୍ୟ୍ୟକଳାପ ବୃଦ୍ଧି ସାଙ୍ଗକୁ ମାଙ୍କଡ଼ ଓ କୁକୁରଙ୍କ ଉତ୍ପାତ ପିଲା ଓ ଅଭିଭାବକ ଙ୍କୁ ଚିନ୍ତାରେ ପକାଇଛି । ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି । ତେଣୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଅଭିଭାବକ ମାନେ ଗୋସେଇଁ ପାଟଣା ସ୍କୁଲକୁ ପଠାଇବେ ନାହିଁ ବୋଲି କଡା ଚେତାବନୀ ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ଯିବାକୁ ମଙ୍ଗୁ ନାହାନ୍ତି। ରାଜ୍ୟସରକାର ଓ ଶିକ୍ଷା ବିଭାଗର, ଏଭଳି ନିଷ୍ପତି କୁ ଦୃଢ଼ ନିନ୍ଦାକରିବା ସହିତ ଏଭଳି ନିଷ୍ପତି ଗ୍ରାମାଞ୍ଚଳର ଗରିବ ମେଧାବୀ ପିଲାଙ୍କୁ ମୂର୍ଖ କରିବ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ପ୍ରତି, ଛାତ୍ରଛାତ୍ରୀ, ଅଭିଭାବକ କିଭଳି ଅଧିକରୁ ଅଧିକ ଆକୃଷ୍ଟ ହେବେ ଏହାର ଯୋଜନା କିରୁଛନ୍ତି। ତୁରନ୍ତ ରାଜ୍ୟ ସରକାର ଓ ଶିକ୍ଷାବିଭାଗ ଗ୍ରାମର ଭୋଗଳିକ ସ୍ଥିତି, ଦୂରତା ସାଙ୍ଗକୁ ଶୁନଶାନ ରାସ୍ତା, ମାଙ୍କଡ଼ ଓ କୁକୁରର ଉତ୍ପାତ ଭଳି ସମସ୍ୟା ଓ କୋମଳ ମତି ପିଲାଙ୍କ ଭାଗ୍ୟ ଭିବିଷ୍ୟତକୁ ଆଖି ଆଗରେ ରଖି ପୁନର୍ବାର ବିଚାର ବିମର୍ଶ କରି ନିଷ୍ପତି ନେବାର ଆବଶ୍ୟକତା ରହିଛି ବୋଲି ଦାବି କରି ଘଣ୍ଟୁଆ ଗ୍ରାମ ପଞ୍ଚାୟତର ସରପଞ୍ଚ ରାଜେନ୍ଦ୍ର ପାତ୍ର ,ସନ୍ଧ୍ୟାରାଣି ଗିରି, ବିମଳ ଜେନା ,ତରୁଣ ପାତ୍ର , ବେଣୁଧର ଜେନା, ରୂପଶ୍ରୀ ଜେନା , ଝରଣାମହା ପାତ୍ର , ପରମାନନ୍ଦ ଧଳ , ସରିତା ଜେନା, ଉମିଳା ଭଳି ବହୁ ପ୍ରମୁଖ ଗ୍ରାମବାସି ଓ ଅଭିଭାବକ,ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ସଦସ୍ୟ ,ସଦସ୍ୟା ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସି ବସ୍ତା ବିଡ଼ିଓ,ବସ୍ତା ବିଇଓ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ଦାବୀପୁରଣ ନହେଲେ ଆନ୍ଦୋଳନ କୁ ଅଧିକରୁ ଅଧିକ ବଳବତ୍ତର କରାଯିବ ବୋଲି ଚେତାବନୀ ଦେଇଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0