କରାଚୀ: କ୍ରେକେଟର ଫୱାଦ ଆଲମ ୧୧ ବର୍ଷ ପରେ ପାକିସ୍ତାନ ଟେଷ୍ଟ ଟିମ୍ ରେ ସାମିଲ ହୋଇଛନ୍ତି । ଇଂଲଣ୍ଡ ବିପକ୍ଷରେ ଆଗକୁ ହେବାକୁ ଥିବା ଟେଷ୍ଟ ଖେଳ ପାଇଁ ତାଙ୍କୁ ୨୦ ସଦସ୍ୟ ବିଶିଷ୍ଟ ଟିମ୍ ରେ ସାମିଲ କରାଯାଇଛି । ଚୟନକର୍ତ୍ତା ଓ ମୁଖ୍ୟ କୋଚ୍, ବୋଲର ଇଫ୍ତିଖାର ଅହମଦ୍, ଖୁଶଦିଲ ଶାହ, ଫଖର ଜମାଂ ଏବଂ ହୈଦର ଅଲୀକୁ ଏହି ଟିମ୍ ରେ ସାମିଲ କରିନାହାନ୍ତି । ଯାହା ଦ୍ୱାରା ଫୱାଦ ଟିମ୍ ରେ ସାମିଲ ହେବା ନେଇ ଆଶା ବଢିଯାଇଛି ।
୩୪ ବର୍ଷ ପରେ ଏହି ବାମହାତ ବୋଲର ଏପର୍ଯ୍ୟନ୍ତ ତିନୋଟି ଟେଷ୍ଟ ମ୍ୟାଚ ଖେଳିଛନ୍ତିି । ସେ ତାଙ୍କ ଶେଷ ମ୍ୟାଚ ୨୦୦୯ରେ ନିୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ । ସ୍ପିନର କାଶିଫ ଭଟ୍ଟୀ ଏବଂ ଅନୁଭବୀ ୟାସିର ଶାହ କୁ ଛାଡି ଦେଲେ ଦୁଇଜଣ ଅଲରାଉଣ୍ଡର ତଥା ଫହୀମ ଅଶରଫ ଏବଂ ଶାଦାବ ଖାନ ଏହି ଟିମ୍ ରେ ସାମିଲ ଅଛନ୍ତି । ଏହି ଟେଷ୍ଟ ସିରିଜ୍ ଅଗଷ୍ଟ ୫ରୁ ମୈନଚେଷ୍ଟର ରେ ଖେଳାଯିବାକୁ ଥିବା ବେଳେ ଏହି ଟିମ୍ ରେ ପୂର୍ବ କ୍ୟାପଟେନ୍ ତଥା ୱେଟକିପର ସରଫରାଜ ଅହମଦଙ୍କୁୁ ବି ସାମିଲ କରାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0