spot_img

ବିରାଟଙ୍କ ସମର୍ଥନରେ ବାହାରିଲେ ରୁଟ

ଚେନ୍ନାଇ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତର ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରାଯାଉଛି । ତେବେ ଅଧିନାୟକ ଭାବେ ଏହା ତାଙ୍କର ଚତୁର୍ଥ ପରାଜୟ ଥିବାରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡୁଛି । ଅନ୍ୟପଟେ ବିପକ୍ଷ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ ବିରାଟଙ୍କ ସମର୍ଥନରେ ବାହାରିଛନ୍ତି । ରୁଟ କହିଛନ୍ତି, ଟସ ଯିଏ ବି ଜିତୁ, ବିରାଟ ଟେଷ୍ଟ ମ୍ୟାଚର ପ୍ରଥମ ବଲରୁ ହିଁ ପୁଣି ଥରେ କମବ୍ୟା କରିବେ । ସେ ଜଣେ ଗୌରବଶାଳୀ ଖେଳାଳି । ଅଧିନାୟକ ଏବଂ ବ୍ୟାଟ୍ସମ୍ୟାନ ଭାବେ ସେ ଅବିଶ୍ୱସନୀୟ ରେକର୍ଡର ଅଧିକାରୀ । ସେ ସିରିଜରେ ଶୀଘ୍ର ନଚେତ ପରେ ଆଗକୁ ବଢିବାକୁ ଚାହିଁବେ ବୋଲି ରୁଟ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular