ମାଲକାନଗିରି: ବିନା ହେଲମେଟରେ ବାଇକ୍ ଚାଳକଙ୍କୁ ମିଳିବନି ପେଟ୍ରୋଲ । ଗତ ମାସ ୧ ତାରିଖରୁ ଏଭଳି ବିଜ୍ଞପ୍ତି ଜାରି କରିଥିଲା ମାଲକାନଗିରି ଜିଲ୍ଲା ପ୍ରଶାସନ । ହେଲେ ଏହି ନିୟମକୁ ଖିଲାପ କରିଥିବା ସାନ ପେଟ୍ରୋଲ ଟାଙ୍କି ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ତଦାରଖ ବେଳେ ଜଣା ପଡିଥିଲା ଯେ ସାନ ପେଟ୍ରୋଲ ଟାଙ୍କିରେ ବିନା ହେଲମେଟରେ ବାଇକ ଚାଳକଙ୍କୁ ପେଟ୍ରୋଲ ଦିଆଯାଉଛି । ଏହାପରେ ଯୋଗାଣ ଅଧିକାରି ସଂପୃକ୍ତ ପେଟ୍ରୋଲ ଟାଙ୍କିକୁ ସିଲ୍ କରିଛନ୍ତି । ଅନ୍ୟମାନଙ୍କୁ ଏହି ନିୟମ ପାଳନ କରିବା ଲାଗି ଜିଲ୍ଲା ପ୍ରଶାସନ ତାଗିଦ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0