ପ୍ରତ୍ୟେକ ବର୍ଷ ଫେବୃଆରୀ ୧୩ ତାରିଖ ଦିନ ବିଶ୍ୱ ରେଡ଼ିଓ ଦିବସ ପାଳନ କରାଯାଇଥାଏ । ଗୋଟିଏ ସମୟ ଥିଲା ଯେତେବେଳେ ରେଡ଼ିଓ ଆମ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ସୂଚନା , ସଂଚାର ଓ ଗୀତ ମାଧ୍ୟମରେ ଲୋକମାନଙ୍କ ମନୋରଞ୍ଜନ କରୁଥିଲା ରେଡ଼ିଓ । ଆଜି ଏହି ଦିନରେ ବିଶ୍ୱ ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ସୂଚନା ଆଦାନ ପ୍ରଦାନ ଓ ଲୋକମାନଙ୍କୁ ଶିକ୍ଷିତ କରିବା ପାଇଁ ରେଡ଼ିଓର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତରେ ପ୍ରଥମେ ଆକାଶବାଣୀ ଓ ଏହା ପରେ ଘରୋଇ ରେଡ଼ିଓ ପ୍ରସାରଣ ଆଉ ଏବେ ଏଫଏମ ରେଡ଼ିଓ । ରେଡ଼ିଓର ଯାତ୍ରା ବହୁତ ଲମ୍ବା । ବିବିଧତାକୁ ପ୍ରୋତ୍ସାହିତ କରିବା, ଏକ ଶାନ୍ତିପୂର୍ଣ୍ଣ ଏବଂ ଅନ୍ତର୍ଭୂକ୍ତ ବିଶ୍ୱ ଗଠନ କରିବା ଆବଶ୍ୟକ । ଅନେକ ଦେଶରେ ରେଡ଼ିଓ ହେଉଛି ପ୍ରାଥମିକ ମାଧ୍ୟମ ଏବଂ ସୂଚନାର ଉତ୍ସ । ସେଥିପାଇଁ ଦେଶରେ ଅଲ ଇଣ୍ଡିଆ ରେଡ଼ିଓର ଲୋକପ୍ରିୟତା ବୃଦ୍ଧି ପାଉଛି ।
ଦେଶର ଗଳିକନ୍ଦି ଅଟୋ ଟ୍ୟାକ୍ସିରେ ବାଜୁଛି ଏଫଏମ ରେଡ଼ିଓ । ଓଡ଼ିଶାରେ ୪୫ ରୁ ୪୬ ରେଡ଼ିଓ ଷ୍ଟେସନ ଲୋକଙ୍କ ନିକଟରେ ମନୋରଞ୍ଜନ ପହଞ୍ଚାଉଛନ୍ତି । ଏହାର ଚାହିଦା ବର୍ତ୍ତମାନ ଯୁବବର୍ଗଙ୍କୁ ବେଶ୍ ଆକର୍ଷିତ କରୁଛି । ରେଡ଼ିଓ ବର୍ତ୍ତମାନ ଏକ ଶତାବ୍ଦୀ ପୁରୁଣା କିନ୍ତୁ ସାମାଜିକ କଥାବାର୍ତ୍ତାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ । ଏହି ଉତ୍ଥାନ ଓ ପତନ ଯାତ୍ରା ସମୟରେ ରେଡ଼ିଓ ଅନେକ ଥର ଝୁଣ୍ଟିଥିଲେ ମଧ୍ୟ ଥମି ଯାଇନି । ସେପଟେ ଦେଶରେ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମରେ ରେଡ଼ିଓର ଆବଶ୍ୟକତା ବିଷୟରେ ଦର୍ଶାଇଛନ୍ତି ।
ପ୍ରଥମେ ସ୍ପେନ ରେଡ଼ିଓ ଏକାଡ଼େମୀ ୨୦୧୦ ମସିହାରେ ଏହି ଦିବସର ପ୍ରସ୍ତାବ ରଖିଥିଲା । ୨୦୧୧ରେ ୟୁନେସ୍କୋ ମହାସଭାରେ ୩୬ ତମ ଅଧିବେଶନରେ ୧୩ ଫେବୃଆରୀକୁ ବିଶ୍ୱ ରେଡ଼ିଓ ଦିବସ ରୂପେ ଘୋଷଣା କରିଥିଲା । ସେଥିପାଇଁ ପ୍ରତିବର୍ଷ ଏହି ଦିନରେ ୟୁନେସ୍କୋ ରେଡ଼ିଓ ଷ୍ଟେସନକୁ ବିଶ୍ୱ ରେଡ଼ିଓ ଦିବସ ପାଳନ କରିବାକୁ ଅହ୍ୱାନ କରିଛି । ଏନେଇ ପ୍ରତିବର୍ଷ ଓଡ଼ିଶାରେ ରେଡ଼ିଓ ମେଳା ପାଳନ କରାଯାଉଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0