spot_img

ନୂଆପଡ଼ାରୁ ବାଘ ଛାଲ ଜବତ: ୨ ଜଣ ଗିରଫ

ନୂଆପଡା: ପୁଣି ନୂଆପଡାରୁ ବାଘ ଛାଲ ଜବତ । ସିନାପାଲି ପଳାଶପଡା ଛକରୁ ବାଘ ଛାଲ ଜବତ କରିଛି ଏସଟିଏଫ । ସେମାନଙ୍କ ନିକଟରୁ ବାଗ ଛାଲ ସମେତ ବହୁ ମାରଣାସ୍ତ୍ର ଜବତ କରାଯାଇଛି । ଅଭିଯୁକ୍ତ ନୂଆପଡା ଖରିଆରର ସୁବର୍ବଦନ ସିଂହଦେଓ ଓ ସମାନ ସିଂ ମାଝି । ଉଭୟଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତକୁ ଜିନାପଲି ଜେଏମଏଫଏସି କୋର୍ଟରେ ହାଜର କରାଇଛି ଏସଟିଏଫ । କେମିକାଲ ପରୀକ୍ଷା ପାଇଁ ଡେରାଡୁନ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ପଠାଯିବ ବାଘ ଛାଲ । ତେବେ ଗତକିଛି ଦିନ ତଳେ, ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳରୁ ବନ୍ୟପ୍ରାଣୀ ଜୀବଜନ୍ତୁଙ୍କ ନଖ, ଚମଡ଼ା, କାତି ଆଦି ଚୋରା ଚାଲାଣ ବେଳେ ଛତିଶଗଡ଼ ପ୍ରସାଶନ ଚଢାଉ କରି ଅନେକ ଥର ମାଫିଆ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସ୍ଥାନୀୟ ବନ ବିଭାଗ ଚଢାଉ କରି ୨ଜଣଙ୍କୁ ଗିରଫ କରିଥିଲା । ଏଥି ସହିତ ବନ ବିଭାଗ ବନ୍ୟଜନ୍ତୁଙ୍କ ବାଘନଖ ଓ ବଜ୍ରକାପ୍ତା ସମେତ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି । ସିନାପାଲି ସହରରେ ଏସବୁ ଜିନିଷ ବିକ୍ରୟ ପାଇଁ ବୁଲୁଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular