ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସୁନ୍ଦରଗଡ । ବର୍ଷକ ତଳେ ଜିଲ୍ଲାକୁ ୧ ହଜାର ୨ଶହ କୋଟି ଟଙ୍କାର ଉପହାର ଦେଇଥିଲେ ନବୀନ ପଟ୍ଟନାୟକ । ଆଉ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସୁନ୍ଦରଗଡକୁ ଭେଟି ଦେବାକୁ ଆସୁଛନ୍ତି ପାଖପାଖି ୬ ହଜାର ୮ ଶହ କୋଟି । ଆଦିବାସୀ ବହୁଳ ଏହି ଜିଲ୍ଲାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ଶାସନର ମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ସୁନ୍ଦରଗଡରେ ଡେରା ପକାଇଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ । ସବୁଜ ରଙ୍ଗରେ ସଜେଇ ହେଉଛି ପୁରା ସୁନ୍ଦରଗଡ ଜିଲ୍ଲା । ଚାରିଆଡେ ମୁଖ୍ୟମନ୍ତ୍ରୀଙ୍କ ବଡ ବଡ ପୋଷ୍ଟର ଓ ବ୍ୟାନର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ଲାଗିପଡିଛନ୍ତି ୧୭ ମନ୍ତ୍ରୀ ଓ ୭୦ରୁ ଅଧିକ ବିଧାୟକ । ନେତା, ମନ୍ତ୍ରୀ ପାଖପାଖି ୭ ଦିନରୁ ଉର୍ଦ୍ଧ ହେବ ସୁନ୍ଦରଗଡରେ ପହଚିଂ ସମସ୍ତ କାର୍ୟ୍ୟର ତଦାରଖ କରୁଛନ୍ତି । ପଚାଂୟତ କାର୍ୟ୍ୟାଳୟରୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଳୟ ଓ ଜିଲ୍ଲା କାର୍ୟ୍ୟାଳୟରେ ମନ୍ତ୍ରୀମାନଙ୍କ ଘନଘନ ସମୀକ୍ଷା ବୈଠକ ଚାଲୁଛି । ଗାଁ କୁ ଗାଁ ଯାଇ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତକୁ ନେଇ ଜୋର ଧରିଛି ରାଜନୀତି । ମନ୍ତ୍ରୀ ଓ ବିଧାୟକ ମାନଙ୍କୁ ଆଣି ଦଳୀୟ ପ୍ରଚାର କରାଯାଉଛି ବୋଲି ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଳାଦିବସ ଭାବେ ପାଳନ କରିବା ସହ ଏହିଦିନ କଳାବ୍ୟାଚ ପରିଧାନ କରିବ ବୋଲି ଦଳ କହିଛି । ଅନ୍ୟପଟେ ଜିଲ୍ଲାକୁ ମନ୍ତ୍ରୀ ବିହୀନ କରି ରଖିଥିବାରୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0