spot_img

ବନବିଭାଗ କର୍ମଚାରୀ ସମେତ ଡ୍ରାଇଭର ଅଟକ

ମୟୁରଭଞ୍ଜ: ଚୋରା କାଠା ଚାଲାଣରେ ବନବିଭାଗ କର୍ମଚାରୀ,ଡ୍ରାଇଭର ସମେତ ଜଣକୁ କାବୁ କଲେ ଅନ୍ୟ କର୍ମଚାରୀ ଘଟଣାସ୍ଥଳରୁ ଫେରାର। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜର ଅନ୍ତର୍ଗତ ସାଲେଇବେଡା ପଞ୍ଚାୟତ ଖପରଖାଈ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଏକ ପିକଅଫଭ୍ୟାନ ଯୋଗେ ଜୈନେକ ବନ କର୍ମଚାରୀଙ୍କ ସହିତ ଜଣେ ସବୁଜ ବାହିନୀ ପିଲା ମିଶି କାଠ ଚାଲାଣ କରୁଥିବା ବେଳେ ଖପରଖାଇ ଗ୍ରାମର ଲୋକେ ପିକଅଫଭ୍ୟାନ ସହିତ କାଠ ଜବତ କରିଥିଲେ । ତେବେ ଜବତ ସମୟରେ ଝଞଜ ବନ କର୍ମଚାରୀ ଜଣଙ୍କ ଖସି ପଳାଇ ଥିବା ବେଳେ ଗାଡି ଡ୍ରାଇଭର ଏବଂ ଜଣେ ବନ କର୍ମଚାରୀଙ୍କୁ ଗ୍ରାମବାସୀ କାବୁକରି ବନଭିବାଗ କୁ ଖବର ଦେଇଥିଲେ । ବନବିଭାଗ ଖବର ପାଇ ଘଟଣା ସ୍ଥଳରୁ ପିକଅଫଭ୍ୟାନ ସହିତ ୫୦ ହଜାର ଟଙ୍କାର କାଠ ସହିତ ଦୁଇଜଣଙ୍କୁ ଗିରଫ କରି ତଦନ୍ତ କରୁଛି ବନବିଭାଗ । ତେବେ ଘଟଣା ସ୍ଥଳରୁ ଫେରାରଥିବା ବନ କର୍ମଚାରୀଙ୍କ ସମ୍ପର୍କରେ ଅଧିକ ତଦନ୍ତ କରୁଛି ବନବିଭାଗ । ତେବେ ଏପରି ଏକ ସମ୍ବେଦନଶୀଳ ଘଟଣାରେ ବନବିଭାଗ ନିଜ କର୍ମଚାରୀଙ୍କୁ ବଞ୍ଚାଇବା ପ୍ରୟାସ କରୁଥିବା ଏକ ଲଜ୍ଜାଜନକ ଘଟଣା ।ବାଡ଼ ଯଦି ଫସଲ ଖାଏ ତେବେ ଅଭିଯୋଗ କରିବେ କାହାକୁ । ଏପରି ପ୍ରଶ୍ନ କରିଛନ୍ତି ଖପରଖାଇ ଗ୍ରାମବାସୀ । ଦିନକୁ ଦିନ ବ୍ୟାପକ ଜଙ୍ଗଲନଷ୍ଟ ହେଉଥିବା ବେଳେ ବନକର୍ମଚାରିଙ୍କ ସମ୍ପୃକ୍ତିରେ ଏସବୁ କାଠ ଚାଲାଣ ରେ ରହୁଥିବାରୁ ଏହାର ବିଧିବଦ୍ଧ ତଦନ୍ତ ହଇ ଏପରି କାର୍ୟ୍ୟ ରେ ଲିପ୍ତଥିବା କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular