ଭାରତୀୟ ଟେଲିଭିଜନର ବଡ ରିୟଲିଟି ଗେମ୍ ଶୋ’ ‘କନ୍ ବନେଗା କରୋଡ ପତି’ ପୁଣି ଥରେ ସିଜିନ୍ ୧୨ ସହ ଟିଭି ପରଦାରେ ଆସିବାକୁ ଯାଉଛି । ଅମିତା ବଚ୍ଚନଙ୍କ ଏହି ଶୋ’ ଏଥର କିଛି ଭିନ୍ନ ଧରଣର ହେବାକୁ ଥିବାର ସୂଚନା ମିଳିଛି । ଦେଶବ୍ୟାପୀ କରୋନାର କାୟାରେ କବଳିତ ଥିବାରୁ ସିଜିନ୍ ୧୨ର ଏହି ଶୋ’ରେ ପରିବର୍ତ୍ତନ କରାଯାଇଛି । ସେହିଭଳି କେବିସି ୧୨ର ଚୟନ ପ୍ରକ୍ରିୟା ମଧ୍ୟ ଭିନ୍ନ ଧରଣର କରାଯିବା ପାଇଁ ସ୍ଥିର କରାଯାଇଛି । ସବୁଠାରୁ ଖାସ୍ କଥା ହେଉଛି ଅନଲାଇନ୍ ଜରିଆରେ ୩କୋଟିରୁ ଅଧିକ ଲୋକ ଆବେଦନ କରିଛନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଡିସନ୍ ରେ ୪୨% ଅଧିକ ଲୋକ ଆବେଦନ କରିଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଚଳିତ ବର୍ଷ ଲକଡାଉନ୍ ରେ କେବିସି ୧୨ ଖାସ୍ ରେକର୍ଡ ସୃଷ୍ଟି କରିପାରିଛି ।
ଏହା ପୂର୍ବରୁ ବିଗ୍ ବି କେବିସି ୧୨ର ଏକ ଭିଡିଓରେ କହିଛନ୍ତି, ଆଜିକାଲି ଲୋକମାନେ ମତେ ଚଳିତ ବର୍ଷ କେବିସି ଆସିବ କି ନାହିଁ ତାହା ଅନେକ ଥର ପଚାରି ସାରିଛନ୍ତି । ଆହୁରି ମଧ୍ୟ ଚଳିତ ବର୍ଷ ‘ଲକ୍ କିଆ ଯାଏ’ ୟା ‘ଲକଡାଉନ୍ କିଆ ଯାଏ’ ଏଭଳି ପ୍ରଶ୍ନ ଲୋକମାନେ ପଚାରିଛନ୍ତି । ଏନେଇ ମୁଁ ମଧ୍ୟ କହିଛି, ଯେତେବେଳେ ଏତେ ବଡ ସମସ୍ୟାରେ ଦେଶ ଅଟକି ରହିପାରିଲାନି ତେବେ ଆମେ କେମିତି ରହିବୁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0