ରାଜକନିକା : ନ୍ୟାୟ ପାଇଁ ରାଜକନିକା ଥାନା ସମ୍ମୁଖରେ ମହିଳାଙ୍କ ମେଳି । ଦୁଇ ପରିବାରଙ୍କ ମଧ୍ୟରେ ବଚିସା ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ନେଇ ମହିଳା ମାନେ ଏହି ମେଳି କରିଛନ୍ତି । ଗତ ୧୩ ତାରିଖରେ ଜୟନଗର ପଂଚାୟତର ବିଜରପୁର ଗାଁରେ ଗାଇ ଧାନ ଖାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ବଚସା ହୋଇଥିଲା । ବୈକୁଣ୍ଠ ବିଶ୍ୱାଳଙ୍କ ପରିବାର ଓ ବଳରାମ ବିଶ୍ୱାଳଙ୍କ ପରିବାର ମଧ୍ୟରେ ବଚସା ହୋଇଥିଲା । ପରେ ବଳରାମ ବିଶ୍ୱଳାଙ୍କ ପରିବାର ଲୋକଙ୍କ ଆକ୍ରମଣରେ ବୈକୁଣ୍ଠ ବିଶ୍ୱାଳଙ୍କ ସ୍ତ୍ରୀ ଓ ଝିଅ ଗୁରୁତର ହୋଇଥିଲେ । ଗୁରୁୂତର ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାରେ ପୁଲିସ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏପର୍ଯ୍ୟନ୍ତ ଖୁଲମଖୁଲା ବୁଲୁଥିବା ନେଇ ଶତାଧିକ ମହିଳା ରାଜନଗର ଥାନା ଆଗରେ ମେଳି କରି ନ୍ୟାୟ ପାଇଁ ବିକ୍ଷୋଭ କରିଛନ୍ତି । ତେବେ ଏନେଇ ରାଜକନିକା ଥାନା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0