ଭୁବନେଶ୍ବର: ଭାରତ ପାଇଁ ଭାରତରେ ନିର୍ମାଣ କରିବ ଆମାଜନ। ଯେଉଁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବିଦେଶରୁ ବିଶେଷକରି ଚୀନ ଓ ତାଇୱାନରୁ ଆମଦାନୀ ହେଉଛି ତାହାକୁ ରୋକାଯିବ। ଚଳିତ ବର୍ଷ ଶେଷ ଆଡ଼କୁ ଏହିକ୍ରମରେ ପ୍ରଥମ ଉତ୍ପାଦନ ଆରମ୍ଭ ହେବ ବୋଲି ଆମାଜନ ପକ୍ଷରୁ ସୂଚନା ଦିଆଯାଇଛି। ଚେନ୍ନାଇସ୍ଥିତ ଏକ ଉତ୍ପାଦନ ଫାର୍ମ ସହ ଆମଜନ ଚୁକ୍ତି କରିଛି। ଏହି ଫାର୍ମରୁ ଆମାଜନ ଷ୍ଟିକ୍ସ ଉତ୍ପାଦନ ହେବ। ଭାରତର ଜ୍ଞାନ କୌଶଳ, ସୃଜନଶୀଳତାକୁ ପ୍ରୋତ୍ସାହନ ଦେବା ଏଠାର ଅର୍ଥନୀତିକୁ ବଢ଼ାଇବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ଆମାଜନ ଏହି ନିଷ୍ପତ୍ତି ନେଇଛି। ମେକ ଇନ ଇଣ୍ଡିଆ ନୀତି ପ୍ରତି ଏହା ଏକ ପ୍ରତିବଦ୍ଧତା ବୋଲି ଆମାଜନ ଭାରତ ସିଇଓ ଅମିତ ଅଗ୍ରୱାଲ ଟ୍ବିଟ ଯୋଗେ ଜଣାଇଛନ୍ତି। ପ୍ରଥମ ଉତ୍ପାଦନରେ ସାମିଲ ରହିଛି ଆମାଜନ ଷ୍ଟିକ୍ସ। ଏହି ସାମଗ୍ରୀ ଦ୍ବାରା ସାଧାରଣ ଟିଭିରେ ସର୍ସ୍ମ ଟିଭିର ମଜା ଉଠାଇପାରୁଛନ୍ତି ଗ୍ରାହକ। ବିଭିନ୍ନ ଷ୍ଟ୍ରିମଂ ପ୍ଲାଟଫର୍ମକୁ ଏହି ସାମଗ୍ରୀ ଦ୍ବାରା ଦେଖି ହେଉଛି। ବର୍ଷକୁ ପ୍ରାୟ ୧ ଲକ୍ଷ ଷ୍ଟିକ୍ସ ବିକ୍ରି କରୁଛି ଆମାଜନ। ଏହା ମୁଖ୍ୟତଃ ଚୀନରୁ ଆମଦାନୀ ହେଉଛି। ଆମାଜନ ଷ୍ଟିକ୍ସ ବ୍ୟତୀତ ଆମାଜନ ବେସିକ୍ସ ନାଁରେ ଅନେକ ବୈଦ୍ୟୁତିକ ସାମଗ୍ରୀ କମ୍ପାନୀ ଇ-କମର୍ସ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛି। ଧୀରେ ଧୀରେ ଏହିସବୁ ଆବଶ୍ୟକକୁ କମ୍ପାନୀ ଲୋକଙ୍କ ପାଖରେ ପହଞ୍ଚାଇବ ବୋଲି କହିଛନ୍ତି ଅଗ୍ରୱାଲ। ଏବେ ଭାରତର ଦେଶୀ କମ୍ପାନୀ ଭାବେ ପରିଚିତ ଲେନ୍ସ କାର୍ଟ ଏବଂ ବୋଟ୍ ପ୍ରଭୃତି ବିଦେଶରୁ ସାମଗ୍ରୀ ଆମଦାନୀ କରୁଛନ୍ତି। ଆଗକୁ ସେମାନେ ମଧ୍ୟ ଏଠାରେ ଉତ୍ପାଦନ କରିବେ ବୋଲି ସୂଚନା ଦେଇଛନ୍ତି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0