ସାନଖେମୁଣ୍ଡି : ଶେରଗଡ଼ରେ ୧୬ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି । ଯାହାକୁ ନେଇ ଅଞ୍ଚଳବାସୀ ଭୟରେ ଜୀବନ ଅତିବାହିତ କରୁଛନ୍ତି । ରାତିରେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନ ବସତି ମୁହାଁ ହେଉଛନ୍ତି । ଶେରଗଡ଼ ବ୍ଲକ ଅଞ୍ଚଳରେ ହାତୀ ପଲ ପଶି ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି । ଅନେକ ଫସଲ ବ୍ୟାପକ ପରିମାଣରେ ନଷ୍ଟ ହେଉଛି ।ଯାହାକୁ ନେଇ ଚିନ୍ତାରେ ଚାଷୀ । ସରକାରୀ ସହାୟତାକୁ ଅପେକ୍ଷା କରିଛି ଚାଷୀ । ଏହି ହାତୀପଲରେ ୪ଟି ଛୁଆ, ୯ଟା ମାଇ ସହ ୨ଟି ଦନ୍ତା ହାତୀ ରହିଛନ୍ତି । ସେହିପରି ହାତୀପଲଙ୍କୁ ଘଉଡାଇବାରେ ବନ ବିଭାଗର ବିଫଳତା ନେଇ ସାଧାରଣରେ ଅସନ୍ତୋଷ ବଢିଚାଲିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0