ଢେଙ୍କାନାଳ: ମାମୁଁ ନାଁରେ କଳଙ୍କ । ମାମୁଁ ଭାଣେଜି ସମ୍ପର୍କରେ ଦାଗ ଲଗାଇଲା ସମ୍ପର୍କୀୟ ମାମୁଁ । ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଭଳି ସଙ୍ଗୀନ ଅଭିଯୋଗ ଆସିଛି ଢେଙ୍କାନାଳ ହିନ୍ଦୋଳରୁ । ଦୁଷ୍କର୍ମକାରୀ ସମ୍ପର୍କୀୟ ମାମୁଁକୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ । ସ୍ପଷ୍ଟ ଦିବାଲୋକରେ ହିନ୍ଦୋଳ ଏନ.ଏ.ସି ଅଞ୍ଚଳରେ ଘଟିଛି ଏହି ଘଟଣା ।ଜଣେ ୮ବର୍ଷୀୟ ନାବାଳିକା ନଳକୂପକୁ ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ କଟକ ଜିଲ୍ଲା ନରସିଂହପୁର ଭୁଷୁକା ଗ୍ରାମର ସମ୍ପର୍କୀୟ ମାମୁଁ କୈଳାସ ସାହୁ ନାବାଳିକାକୁ ଏକୁଟିଆ ପାଇ ଜୋରଜବରଦସ୍ତ ଦୁଷ୍କର୍ମ କରି ଆଚେତ ଅବସ୍ଥାରେ ପକାଇ ଛାଡି ପଳାଉଥିବା ବେଳେ ସ୍ଥାନୀୟ ଲୋକ କାବୁକରି ନିର୍ଦ୍ଧୁମ ଛେଚିଛନ୍ତି । ପରେ ପୋଲିସ ଜିମା ଦେଇଛନ୍ତି ।ନାବାଳିକାର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ସେପଟେ ପରିବାର ପକ୍ଷରୁ ଅଭିଯୁକ୍ତକୁ ଫାଶୀ ଦେବାକୁ ଦାବି ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0