ଭବାନୀପାଟଣା: ଭବାନୀପାଟଣା ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ଭବାନୀପାଟଣା ଏନଫୋର୍ସମେଣ୍ଟରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଜିଏସଟି ଫାଙ୍କିବା ନେଇ ୧ ଲକ୍ଷ ୮୨ ହଜାର ୨୫୨ ଟଙ୍କା ଜରିମାନା ଆଦାୟ କରିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି । ସୂଚନା ଅନୁସାରେ ପଞ୍ଜାବ ରାଜ୍ୟର ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି ୱାର୍କସରୁ ୧୯ ଲକ୍ଷ ୧୩ ହଜାର ୬୨୫ ଟଙ୍କାର ରାଇସମିଲ ମେସିନାରୀ ସରଞ୍ଜାମ ଆସୁଥିଲା । ଏହି ସାମଗ୍ରୀ କଳାହାଣ୍ଡି ଜିଲ୍ଲାର ଲଡୁଗାଁ ଏଚଆରଫୁଡ୍ସ ରାଇସମିଲକୁ ଆସୁଥିଲା । ସାମଗ୍ରୀର ଜିଏସଟି ବିଲ ଓ ଇ- ୱେବିଲ ନ ଥିଲା । ଗତକାଲି ରାତିରେ ଖବର ପାଇ ଭବାନୀପାଟଣା ସହର ନୀକଟସ୍ଥ ରିଷି ଗାଁ ନିକଟରେ ଚଢଉ କରାଯାଇଥିଲା । ଟ୍ରକ ଓ ଟ୍ରକ ଡ୍ରାଇଭର ବିରେନ୍ଦ୍ର ସିଂଙ୍କୁ ଭବାନୀପାଟଣା ସିଟିଓ କାର୍ୟ୍ୟାଳୟକୁ ଅଣା ଯାଇଥିଛି । ଏହି ଚଢାଉରେ ଭବାନୀପାଟଣା ବାଣିଜ୍ୟକର ଓ ଜିଏସଟି ଡେପୁଟି କମିଶନର ତପନ କୁମାର ପାଢୀ ଓ ସିଟିଓ ନୀଳାଦ୍ରି ବିହାରୀ ଦାଢ଼ିଆ ସାମିଲ ହୋଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0