ଆଜି କୃଷକ ସଙ୍ଗଠନ ପକ୍ଷରୁ ସାରା ଦେଶରେ ୪ ଘଣ୍ଟିଆ ରେଳ ରୋକ କରାଯାଇଥିଲା । ଦିନ ୧୨ଟାରୁ ୪ଟା ଯାଏଁ ଟ୍ରେନ ଲାଇନରେ ଧାରଣା ଦେଇଥିଲେ ଚାଷୀ । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ସହ କୃଷି ଆଇନକୁ ନେଇ କୃଷକ ନେତା କଥା ହୋଇଥିବା ବେଳେ ଏହାର ସମାଧାନ ବାହାରୁ ନଥିବାରୁ ବେଳେକୁ ବେଳ ଆନେ୍ଦାଳନ ଭିନ୍ନ ରୂପ ନେବାରେ ଲାଗିଛି । କୃଷକମାନେ ରେଳ ଧାରଣା ଉପରକୁ ଚାଲି ଆସିଥିବାରୁ ଦିଲ୍ଲୀଠାରୁ ବିହାର ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଯେଉଁଥି ପାଇଁ ଦିଲ୍ଲୀର ୪ଟି ମେଟ୍ରୋ ଷ୍ଟେସନକୁ ମଧ୍ୟ ବନ୍ଦ କରାଯାଇଥିଲା । ଆନେ୍ଦାଳନ ଶାନ୍ତି ପୂର୍ଣ୍ଣ ହେବା ନେଇ ପ୍ରତିଷ୍ଟେସନରେ ପୁଲିସ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0